ପ୍ରାର୍ଥୀଙ୍କ ପାଇଁ ପ୍ରଚାର ମଇଦାନରେ ପୂର୍ବତନ ଉପବାଚସ୍ପତି, ବିଧାୟକ

ଛତ୍ରପୁର,୧୧ା୨(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ଛତ୍ରପୁର ବ୍ଲକ ୧୯ ନଂ. ଜୋନ୍‌ ଜିଲାପରିଷଦ ସଭ୍ୟ ପାଇଁ ବିଜେଡି ପ୍ରାର୍ଥୀ ରଶ୍ମିତା ନାହାକଙ୍କ ନିର୍ବାଚନ ପ୍ରଚାର ଜୋରସୋରରେ ଚାଲିଛି। ପୂର୍ବତନ ଉପବାଚସ୍ପତି ରାମଚନ୍ଦ୍ର ପଣ୍ଡା, ଛତ୍ରପୁର ବିଜେଡି ବିଧାୟକ ସୁବାସ ଚନ୍ଦ୍ର ବେହେରା ଏହି ନିର୍ବାଚନ ପ୍ରଚାରରେ ସାମିଲ ହୋଇ ବିଜେଡିକୁ ଭୋଟ୍‌ ଦେବାକୁ ଅନୁରୋଧ କରୁଛନ୍ତି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଜନମଙ୍ଗଳ ଯୋଜନା ଓ ବିକାଶମୂଳକ କାର୍ଯ୍ୟକୁ ଆଧାର କରି ଏହି ନିର୍ବାଚନ ପ୍ରଚାର ଚାଲିଛି।

Share