ସନ୍ୟାସୀ ପାଲଟିଲେ ରିଲାଏନ୍ସ୍‌ର ପୂର୍ବତନ ଉପସଭାପତି…

ମୁମ୍ବାଇ,୨୯।୪: ଦୁନିଆର ମୋହମାୟା ଛାଡ଼ି ରିଲାଏନ୍ସ୍‌ର ପୂର୍ବତନ ଉପସଭାପତି ପ୍ରକାଶ ଶାହା ସନ୍ୟାସୀ ପାଲଟିଛନ୍ତି। ସେ ଜଣେ ଜୈନ ସାଧୁଙ୍କଠାରୁ ସନ୍ୟାସ ଦୀକ୍ଷା ଗ୍ରହଣ କରିଛନ୍ତି। ପ୍ରକାଶ ତାଙ୍କ ସ୍ତ୍ରୀ ନୈନାଙ୍କ ସହିତ ମୁମ୍ବାଇଠାରେ ସନ୍ୟାସବ୍ରତ ଗ୍ରହଣ କରିଛନ୍ତି। ଗତବର୍ଷ ସେ ରିଲାଏନ୍ସ ଉପସଭାପତି ପଦରୁ ଅବସର ଗ୍ରହଣ କରିଥିଲେ। ୪୦ ବର୍ଷ ତଳେ ପ୍ରକାଶ ବମ୍ବେ ଆଇଆଇଟିରୁ କେମିକାଲ ଇଞ୍ଜିନିୟରିଂରେ ଗ୍ରାଜୁଏଶନ ପାସ୍‌ କରିଥିଲେ। ସୂଚନାଯୋଗ୍ୟ, ୭ ବର୍ଷ ପୂବେ ପ୍ରକାଶଙ୍କ ପୁଅ ମଧ୍ୟ ବମ୍ବେ ଆଇଆଇଟିରୁ ଗ୍ରାଜୁଏଶନ୍‌ ପାସ୍‌ କରିବା ପରେ ଜୈନ ସନ୍ୟାସୀ ଦୀକ୍ଷା ଗ୍ରହଣ କରିଥିଲେ।

Share