Categories: ଜାତୀୟ

ସୁସ୍ଥ ହେଉଛନ୍ତି ପଶ୍ଚିମବଙ୍ଗ ପୂର୍ବତନ ମୁଖ୍ୟମନ୍ତ୍ରୀ ବୁଦ୍ଧଦେବ ଭଟ୍ଟାଚାର୍ଯ୍ୟ

କୋଲକାତା,୬।୮: ପଶ୍ଚିମବଙ୍ଗର ପୂର୍ବତନ ମୁଖ୍ୟମନ୍ତ୍ରୀ ବୁଦ୍ଧଦେବ ଭଟ୍ଟାଚାର୍ଯ୍ୟ (୭୯) ଙ୍କ ସ୍ବାସ୍ଥ୍ୟରେ ଲଗାତାର ଉନ୍ନତି ହେଉଛି। ରବିବାର ଉଡଲ୍ୟାଣ୍ଡସ ହସ୍ପିଟାଲ ପକ୍ଷରୁ କୁହାଯାଇଛି ଯେ ବୁଦ୍ଧଦେବ ଭଟ୍ଟାଚାର୍ଯ୍ୟ ହୋସରେ ଅଛନ୍ତି ଏବଂ ଡାକ୍ତର ଏବଂ ତାଙ୍କୁ ଭେଟିବାକୁ ଆସୁଥିବା ଲୋକଙ୍କ ସହ କଥା ହେଉଛନ୍ତି। ଶ୍ୱାସ ନେବାରେ ଅସୁବିଧା ହେବା ପରେ ତାଙ୍କୁ ୨୯ ଜୁଲାଇରେ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା।
ହସ୍ପିଟାଲ ଏକ ବୟାନରେ କହିଛି ଯେ ପୂର୍ବତନ ମୁଖ୍ୟମନ୍ତ୍ରୀ ଆଡମିଶନ ହେବାର ନଅ ଦିନ ବିତିଗଲାଣି। ସେ ନନ-ଇନଭେସିଭ ଭେଣ୍ଟିଲେସନରେ ଅଛନ୍ତି ଏବଂ ବର୍ତ୍ତମାନ ଡାକ୍ତର ଏବଂ ତାଙ୍କୁ ଭେଟିବାକୁ ଆସୁଥିବା ଲୋକଙ୍କ ସହ କଥା ହେଉଛନ୍ତି। ତାଙ୍କ ସ୍ବାସ୍ଥ୍ୟରେ ବହୁତ ଉନ୍ନତି ହୋଇଛି ଏବଂ ସେ ପୂର୍ବାପେକ୍ଷା ସୁସ୍ଥ ଅଛନ୍ତି। ଆସନ୍ତାକାଲି ବା ସୋମବାର ମେଡିକାଲ ବୋର୍ଡର ଏକ ବୈଠକ ଡକାଯିବ।

Share