ବ୍ରିଜଟାଉନ, ୮।୨: ୧୯୯୦ରେ ଇଂଲଣ୍ଡ ବିପକ୍ଷରେ ଡେବ୍ୟୁ କରିଥିବା ଓ୍ବେଷ୍ଟଇଣ୍ଡିଜ୍ର ପୂର୍ବତନ ଦ୍ରୁତ ବୋଲର ଇଜ୍ରା ମୋସଲିଙ୍କର ଶନିବାର ଏକ ସଡ଼କ ଦୁର୍ଘଟଣାରେ ମୃତ୍ୟୁ ଘଟିଛି। ସକାଳେ ମୋସଲି ରାଜପଥରେ ସାଇକେଲ ଚଲାଉଥିବା ବେଳେ ବ୍ରିଜଟାଉନର ଖ୍ରୀଷ୍ଟଚର୍ଚ ନିକଟରେ ଏକ ଦ୍ରୁତ ଗତିରେ ଆସୁଥିବା ଏସୟୁଭି କାର ତାଙ୍କୁ ଧକ୍କା ଦେଇଥିଲା। ଘଟଣାସ୍ଥଳରେ ମୃତ୍ୟୁ ବରଣ କରିଥିଲା। ମୃତ୍ୟୁ ବେଳକୁ ତାଙ୍କୁ ୬୩ ବର୍ଷ ହୋଇଥିଲେ।
୩୨ ବର୍ଷ ବୟସରେ ମୋସଲି କ୍ରିକେଟରେ ଡେବ୍ୟୁ କରିଥିଲେ । କ୍ୟାରିୟରରେ ୱେଷ୍ଟଇଣ୍ଡିଜ ପାଇଁ ସେ ୨ ଟେଷ୍ଟ ଏବଂ ୯ ଟି ଏକ ଦିବସୀୟା ମ୍ୟାଚ୍ ଖେଳିଥିଲେ।