ବିଜେଡି ଛାଡ଼ିଲେ ପୂର୍ବତନ ମହିଳା କମିଶନ ଅଧ୍ୟକ୍ଷା

ଭୁବନେଶ୍ୱର,୧୧।୪: ସାଧାରଣ ନିର୍ବାଚନକୁ ଦିନ ଯେତେ ପାଖେଇ ଆସୁଛି ବିଭିନ୍ନ ଦଳରୁ ରାଜନେତାଙ୍କ ଇସ୍ତଫା ତାଲିକା ସେହିଭଳି ବଢିବାରେ ଲାଗିଛି । ଏହି କ୍ରମରେ ଗୁରୁବାର ଜଣେ ବିଜେଡି ନେତ୍ରୀ ଦଳ ଛାଡ଼ିଛନ୍ତି । ସେ ହେଉଛନ୍ତି ବରିଷ୍ଠ ନେତ୍ରୀ ଜ୍ୟୋତି ପାଣିଗ୍ରାହୀ ।

ପୂର୍ବତନ ମହିଳା କମିଶନ ଅଧ୍ୟକ୍ଷା ଜ୍ୟୋତି ପାଣିଗ୍ରାହୀ ଗୁରୁବାର ବିଜେଡିକୁ ବାଏ ବାଏ କରିଦେଇଛନ୍ତି । କେବଳ ସେ ନୁହନ୍ତି, ତାଙ୍କ ସହ ତାଙ୍କ ସ୍ବାମୀ ସରୋଜ ପାଣିଗ୍ରାହୀ ବି ବିଜେଡି ଛାଡ଼ିଥିବା ଜଣାପଡ଼ିଛି।

Share