ପୂର୍ବତନ ଯୁବ ବିଜେଡି ସଭାପତିଙ୍କ ଆତ୍ମହତ୍ୟା

ଘଟଗାଁ,୧୬।୮(ଡି.ଏନ.ଏ.): କେନ୍ଦୁଝର ଜିଲା ଘଟଗାଁ ବ୍ଲକ ପୂର୍ବତନ ଯୁବ ବିଜେଡି ସଭାପତି ଦିଲୀପ ମିଶ୍ର ରଶି ଲଗାଇ ନିଜ ବାସଭାବନରେ ଆତ୍ମହତ୍ୟା କରିଛନ୍ତି। ସେ ନିଜ ମୃତ୍ୟୁ ପାଇଁ କାହାକୁ ଦାୟୀ କରି ନ ଥିବା ଏକ ସୁଇସାଇଡ ନୋଟ ପୋଲିସ ଜବତ କରିଛି। ସେ ୫ ବର୍ଷରୁ ଉଦ୍ଧର୍‌ବ ହେବ ବିଜେଡିର ଯୁବ ସଭାପତି ଭାବେ ଦାୟିତ୍ୱ ତୁଲାଉଥିଲେ। ସେ ଏକ ବୈଦୁତିକ ଗଣମାଧ୍ୟମ ଏବଂ ଏକ ଖବରକାଗଜର ପ୍ରତିନିଧି ଭାବେ ଘଟଗାଁ ବ୍ଲକ୍‌ରେ ଜଣାଶୁଣା ଥିଲେ। ପରିବାର ଲୋକଙ୍କଠାରୁ ମୁତ୍ୟୁ ଖବର ପାଇ ପୋଲିସ ଅଧିକାରୀ ଶ୍ୟାମଘନ ବେହେରା ସଦଳବଳ ପହଞ୍ଚି ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ସ୍ବାମପାଟଣା ପଠାଇଥିଲେ। ମୃତ୍ୟୁ ଖବର ଶୁଣି ଆଖପାଖ ଅଞ୍ଚଳରୁ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଏବଂ ଘସିପୁରା ବିଧାୟକ ବଦ୍ରିନାରାୟଣ ପାତ୍ର ପହଞ୍ଚିଥିଲେ। ତାଙ୍କ ଆତ୍ମାର ସଦଗତି ପାଇଁ ନୀରବ ପ୍ରାର୍ଥନା କରିବା ସହିତ ଦୋକାନ ବଜାର ବନ୍ଦ କରାଯାଇଥିଲା। ଏନେଇ ପୋଲିସ ଏକ ଅପମୃତ୍ୟୁ ମାମଲା ରୁଜୁ କରି ଅଧିକ ତଦନ୍ତ ଜାରି ରଖିଛି।

Share