Categories: ଖେଳ

ପରଲୋକରେ ଭେଟେରାନ ଅଲରାଉଣ୍ଡର ହିଥ ଷ୍ଟ୍ରିକ

ଜିମ୍ବାୱେ,୨୩।୮: ଜିମ୍ବାୱେ ଦଳର ପୂର୍ବତନ ଅଧିନାୟକ ତଥା ଭେଟେରାନ ଅଲରାଉଣ୍ଡର ହିଥ ଷ୍ଟ୍ରିକଙ୍କର ୪୯ବର୍ଷ ବୟସରେ ଦେହାନ୍ତ ହୋଇଛି। ସେ ଦୀର୍ଘ ଦିନ ଧରି କର୍କଟ ରୋଗରେ ପୀଡିତ ଥିଲେ। ଜିମ୍ବାୱେ ପାଇଁ ଷ୍ଟ୍ରିକ ଅନ୍ତର୍ଜାତୀୟ କ୍ରିକେଟରେ ୬୫ ଟି ଟେଷ୍ଟ ଏବଂ ୧୮୯ଟି ଦିନିକିଆ ଖେଳିଛନ୍ତି। ଷ୍ଟ୍ରିକଙ୍କୁ କୋଲନ ଏବଂ ଲିଭର କ୍ୟାନସର ଥିଲା ଏବଂ ତାଙ୍କର ଦକ୍ଷିଣ ଆଫ୍ରିକାରେ ଚିକିତ୍ସା କରାଯାଉଥିଲା।

ଅନ୍ତର୍ଜାତୀୟ କ୍ରିକେଟରେ ବୋଲର ଅଲରାଉଣ୍ଡର ଭାବରେ ଖେଳୁଥିବା ହିଥ ଷ୍ଟ୍ରିକ ଟେଷ୍ଟ କ୍ରିକେଟରେ ମୋଟ ୨୧୬ ଉଇକେଟ୍‌ ନେଇଛନ୍ତି। ଏହି ସମୟ ମଧ୍ୟରେ ସେ ୧୬ ଥର ଗୋଟିଏ ଇନିଂସରେ ୪ ଉଇକେଟ୍‌ ଏବଂ ୭ଥର ଗୋଟିଏ ଇନିଂସରେ ୫ ଉଇକେଟ୍‌ ନେଇଛନ୍ତି।

Share