Categories: ଜାତୀୟ

ନୂଆ କମିଟି ଗଠନ କରିବା ସମାଧାନ ନୁହେଁ: କୃଷକ ନେତା

ନୂଆଦିଲ୍ଲୀ, ୧୬।୧୨ : ଦିଲ୍ଲୀ-ହରିୟାଣା ସୀମାରେ ଚାଲିଥିବା କୃଷକ ଆନ୍ଦୋଳନର ସମ୍ପର୍କିତ ଏକ ଆବେଦନର ଶୁଣାଣି କରି ବୁଧବାର ମାନ୍ୟବର ସୁପ୍ରିମକୋର୍ଟ ଏକ ପ୍ୟାନେଲ ଗଠନ କରିବାକୁ ପରାମର୍ଶ ଦେଇଛନ୍ତି। ହେଲେ ଏହା ସମାଧାନ ନୁହେଁ ବୋଲି କହିଛନ୍ତି ଆନ୍ଦୋଳନରତ କୃଷକ ସଙ୍ଘଠନ ନେତା। ସେମାନେ ନୂଆ କୃଷି ବିଲର ସମ୍ପୂର୍ଣ୍ଣ ପ୍ରତ୍ୟାହାର ଚାହୁଁଛନ୍ତି। ସଂସଦରେ ଆଇନ ପ୍ରଣୟନ ହେବା ପୂର୍ବରୁ ସରକାର, କୃଷକ ଏବଂ ଅନ୍ୟମାନଙ୍କ ସହ ମିଶି କମିଟି ଗଠନ କରିବାର ଥିଲା।

ଆନ୍ଦୋଳନ କରୁଥିବା ୪୦ କୃଷକ ସଙ୍ଘଠନ ମଧ୍ୟରୁ ଅନ୍ୟତମ ରାଷ୍ଟ୍ରିୟ କିଷାନ ମଜଦୁର ସଭା ମୁଖ୍ୟ ଅଭିମନ୍ୟୁ କୋହାର କହିଛନ୍ତି, ଆଗରୁ ସରକାର ପ୍ୟାନେଲ ଗଠନ କରିବାକୁ ପ୍ରସ୍ତାବ ଦେଇଥିଲେ। ଆମେ ତାହାକୁ ମନା କରିସାରିଛୁ। କୋର୍ଟଙ୍କ ନିର୍ଦ୍ଦେଶରେ ନୂଆ ପ୍ୟାନେଲ ଗଠନ କରିବା ସାମାଧାନ ନୁହେଁ। ସରକାର ଆଣିଥିବା ନୂଆ କୃଷି ବିଲର ପ୍ରତ୍ୟାହାର ଆମେ ଚାହୁଁଛୁ। ବହୁବାର କେନ୍ଦ୍ରମନ୍ତ୍ରୀ ଓ ଆମ ମଧ୍ୟରେ ଆଲୋଚନା ହୋଇସାରିଛି। ଏହା ମଧ୍ୟ ଏକ କମିଟି ଭଳି।

Share