ଶୋଇବା ଅବସ୍ଥାରେ କୌଣସି ଦୁର୍ଘଟଣା ଘଟିଲେ ତାହା ମସ୍ତିଷ୍କର କାର୍ଯ୍ୟଧାରାକୁ ଅନେକାଂଶରେ ପ୍ରଭାବିତ କରିଥାଏ। ହେଲେ ନିକଟରେ ଜର୍ମାନୀର ବୈଜ୍ଞାନିକମାନେ ଏପରି ଏକ ଉପାୟ ବାହାର କରିଛନ୍ତି, ଯାହା ସୁପ୍ତ ଅବସ୍ଥାରେ ମସ୍ତିଷ୍କକୁ ସକ୍ରିୟ ରଖିପାରିବ। ଫଳରେ ଏହି ସମୟରେ କୌଣସି ଦୁର୍ଘଟଣା ହେଲେ ତାହାର ପ୍ରଭାବ କେତେକାଂଶରେ ମସ୍ତିଷ୍କ ଉପରେ ପଡ଼ିବ ନାହିଁ। ସେମାନେ ଏକ ଡିଭାଇସ୍ ପ୍ରସ୍ତୁତ କରି ତାହାକୁ ପ୍ରଥମେ ମୂଷାମାନଙ୍କଠାରେ ପରୀକ୍ଷା କରିଥିଲେ। ଏହାକୁ ସେମାନେ ‘ନ୍ୟୁରୋ ମାସ୍ ମଡେଲ୍’ ନାମରେ ନାମିତ କରିଛନ୍ତି। ସୁପ୍ତ ଅବସ୍ଥାରେ ଏହି ଡିଭାଇସ ମସ୍ତିଷ୍କକୁ ତୁରନ୍ତ ବାର୍ତ୍ତା ପହଞ୍ଚାଇ ଦେଇଥାଏ, ଯାହାଫଳରେ କୌଣସି ଦୁର୍ଘଟଣାଜନିତ ସମସ୍ୟାର ପ୍ରଭାବ ମସ୍ତିଷ୍କ ଉପରେ ପଡ଼ି ନଥାଏ ବୋଲି ପ୍ରକାଶିତ ରିପୋର୍ଟରେ ସେମାନେ ଉଲ୍ଲେଖ କରିଛନ୍ତି। ମନୁଷ୍ୟମାନଙ୍କ କ୍ଷେତ୍ରରେ ଏହା ମଧ୍ୟ ସଫଳ ହେବ ବୋଲି ସେମାନେ ଦୃଢ଼ ଆଶା ରଖିଛନ୍ତି।