ଗଣିତ ଦକ୍ଷତା ବୃଦ୍ଧି ପାଇଁ ରୂପରେଖ ପ୍ରସ୍ତୁତ

ଭୁବନେଶ୍ୱର, ୨୫।୪(ଅସମାପିକା ସାହୁ)ଗଣିତ ଶିକ୍ଷାରେ କିପରି ସରକାରୀ ଏବଂ ସରକାରୀ ଅନୁଦାନପ୍ରାପ୍ତ ବିଦ୍ୟାଳୟର ଛାତ୍ରୀଛାତ୍ର ଦକ୍ଷ ହେବା ସହ ଉନ୍ନତ ପ୍ରଦର୍ଶନ କରିବେ ସେଥିପାଇଁ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଅନେକ ପଦକ୍ଷେପ ଗ୍ରହଣ କରାଯାଉଛି। ପିଲାଙ୍କ ଗଣିତ ଜ୍ଞାନ ବୃଦ୍ଧି ପାଇଁ ସ୍ବତନ୍ତ୍ର ଭାବେ ଶିକ୍ଷଣ ସାମଗ୍ରୀ ଏବଂ ଭିଡିଓ ପ୍ରସ୍ତୁତ ହେଉଥିବାବେଳେ ଶିକ୍ଷକ ଏବଂ ଶିକ୍ଷକ ପ୍ରଶିକ୍ଷକଙ୍କ ସହିତ ଜାତୀୟ ସ୍ତରର ଅଗ୍ରଣୀ ସଂସ୍ଥା ଖାନ୍‌ ଏକାଡେମୀକୁ ନେଇ ବିଚାରବିମର୍ଶ କରାଯାଇଛି। ଚଳିତବର୍ଷ କେବଳ ନବମ ଏବଂ ଦଶମ ଶ୍ରେଣୀରେ ଏହା କାର୍ଯ୍ୟକାରୀ ହେବାକୁ ଥିବାବେଳେ ପରବର୍ତ୍ତୀ ସମୟରେ ଅନ୍ୟ ସମସ୍ତ ଶ୍ରେଣୀ ପାଇଁ ପ୍ରସ୍ତୁତ ହେବ। ବିଷୟଗତ ଜ୍ଞାନ ସହିତ ବାହ୍ୟଜ୍ଞାନରେ ଛାତ୍ରୀଛାତ୍ର କିପରି ଦକ୍ଷ ହୋଇପାରିବେ ଏବଂ ଜାତୀୟସ୍ତରୀୟ ପରୀକ୍ଷାରେ ସଫଳ ହୋଇପାରିବେ ସେଥିନେଇ ରୂପରେଖ ପ୍ରସ୍ତୁତ ହେଉଛି।
ମାଧ୍ୟମ ବିଦ୍ୟାଳୟଗୁଡ଼ିକର ଛାତ୍ରୀଛାତ୍ରଙ୍କୁ ଗଣିତ ଶିକ୍ଷା ପ୍ରତି ଆକୃଷ୍ଟ କରି ସେମାନଙ୍କ ଦକ୍ଷତା ବୃଦ୍ଧି ପାଇଁ ମୋ ସ୍କୁଲ ଅଭିଯାନ ଏବଂ ଖାନ ଏକାଡେମୀ ମିଳିତ ଭାବେ କାର୍ଯ୍ୟ କରୁଛନ୍ତି। ପାଠ୍ୟକ୍ରମ ଏବଂ ବିଷୟକୁ ଆଧାର କରି ଏହିକ୍ରମରେ ଗଣିତ ଶିକ୍ଷଣ ସାମଗ୍ରୀ ସହିତ ଅନ୍ୟାନ୍ୟ ଶିକ୍ଷା ଉପକରଣ ପ୍ରସ୍ତୁତ କରାଯାଉଛି। ଏଥିରେ ଛାତ୍ରୀଛାତ୍ର କିପରି ସରଳ ଏବଂ ସହଜରେ ଶିକ୍ଷା ଗ୍ରହଣ କରିପାରିବେ ଏବଂ ଗଣିତକୁ ନେଇ ସେମାନେ ସାମ୍ନା କରୁଥିବା ଦ୍ୱନ୍ଦ୍ୱ ଦୂର କରିପାରିବେ ସେନେଇ ଗୁରୁତ୍ୱ ଦିଆଯାଉଛି। ଶିକ୍ଷକଙ୍କ ମତାମତକୁ ମଧ୍ୟ ଗୁରୁତ୍ୱ ଦିଆଯାଉଛି। କ୍ରୀଡ଼ା ଓ ଆମୋଦପ୍ରମୋଦ ମାଧ୍ୟମରେ ଶିକ୍ଷାଦାନ ଉପରେ ଧ୍ୟାନ ଦିଆଯାଉଛି। ଏଥିପାଇଁ ସ୍ବତନ୍ତ୍ର ସମୟ ନିର୍ଘଣ୍ଟ ହେବ। ବିଦ୍ୟାଳୟ ସମୟ ବାଦ୍‌ ଛାତ୍ରୀଛାତ୍ରମାନେ ସ୍ମାର୍ଟ ଫୋନ ଏବଂ କମ୍ପ୍ୟୁଟର ମାଧ୍ୟମରେ ଲଗ୍‌ଇନ୍‌ କରି ଅଧିକ ଜ୍ଞାନ ହାସଲ କରିପାରିବେ। ଆବଶ୍ୟକ ପଡ଼ିଲେ ବିଶେଷଜ୍ଞଙ୍କ ପରାମର୍ଶ ନେଇପାରିବେ। ଚଳିତବର୍ଷ ପ୍ରଥମ ପର୍ଯ୍ୟାୟରେ ୪ ହଜାରରୁ ଅଧିକ ଉଚ୍ଚ ବିଦ୍ୟାଳୟରେ ପ୍ରାଥମିକ ଭାବେ ଏହା କାର୍ଯ୍ୟକାରୀ କରାଯିବ। ପରବର୍ତ୍ତୀ ସମୟରେ ଅନ୍ୟ ସମସ୍ତ ବିଦ୍ୟାଳୟରେ ଏବଂ ଷଷ୍ଠ ଶ୍ରେଣୀରୁ ଦ୍ୱାଦଶ ଶ୍ରେଣୀ ଯାଏ ପିଲାଙ୍କ ପାଇଁ ଶିକ୍ଷା ଉପକରଣ ପ୍ରସ୍ତୁତ କରାଯିବ। ସରଳ ଢଙ୍ଗରେ ଓଡ଼ିଆ ମାଧ୍ୟମିକ ବିଦ୍ୟାଳୟର ଛାତ୍ରୀଛାତ୍ର ଗଣିତରେ ସେମାନଙ୍କ ଦକ୍ଷତା ବୃଦ୍ଧି କରିପାରିବେ ବୋଲି ଆଶା କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ବଦଳିଲା ସରକାରୀ ମହାବିଦ୍ୟାଳୟର ନାମ

କୋରାପୁଟ,୧୮ା୪(ଅମିତାଭ ବେହେରା): କୋରାପୁଟ ଲାଣ୍ଡିଗୁଡ଼ାସ୍ଥିତ ସରକାରୀ ମହାବିଦ୍ୟାଳୟର ପୁଣିଥରେ ନାଁ ବଦଳିଛି। ଗତ ୧୬ ତାରିଖରେ ଏହାକୁ ରାଜ୍ୟ ସରକାର ବିଜ୍ଞପ୍ତି ମାଧ୍ୟମରେ ସରକାରୀ ଡିଏଭି...

ସମ୍ବଲପୁର ସିଆର୍‌ପିଏଫ୍‌ ଗୋଷ୍ଠୀ କେନ୍ଦ୍ର ସର୍ବଶ୍ରେଷ୍ଠ ବିବେଚିତ

ସମ୍ବଲପୁର,୧୮ା୪(ପ୍ରମୋଦ ବହିଦାର): ଭାରତର ସର୍ବବୃହତ ସାମରିକ ବାହିନୀ, କେନ୍ଦ୍ରୀୟ ରିଜର୍ଭ ପୋଲିସ ଫୋର୍ସର ଜନ୍ମଭୂମି ମଧ୍ୟପ୍ରଦେଶର ନିମଚରେ ଗୁରୁବାର ଆୟୋଜିତ ୮୬ତମ ସ୍ଥାପନା ଦିବସ ପରେଡରେ...

ଚୈତ୍ର ମହୋତ୍ସବ ଝାମୁଯାତ୍ରା ସମ୍ପନ୍ନ

ରିଷିଡ଼ା,୧୮ା୪(ସୁଶାନ୍ତ ମଲ୍ଲିକ): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ ରିଷିଡାସ୍ଥିତ ମା’ ତାରିଣୀ ଅଷ୍ଟଚଣ୍ଡୀ ଶୈବ ଶକ୍ତି ପୀଠରେ ଚାଲିଥିବା ଚୈତ୍ର ମହୋତ୍ସବର ସପ୍ତମ ଦିବସରେ ଝାମୁଯାତ୍ରା...

ୟୁଜିସି ନେଟ୍‌ ପରୀକ୍ଷା ପଞ୍ଜୀକରଣ ଆରମ୍ଭ: ଜାଣନ୍ତୁ ଫର୍ମ ପୂରଣ କରିବାର ଶେଷ ତାରିଖ

ଭୁବନେଶ୍ୱର,୧୮ା୪: ୟୁଜିସି-ନେଟ୍‌ ଜାତୀୟ ଯୋଗ୍ୟତା ପରୀକ୍ଷା ୨୦୨୫ର ଜୁନ୍‌ ସେସନ ପାଇଁ ପଞ୍ଜୀକରଣ ଆରମ୍ଭ ହୋଇଯାଇଛି। ଯୋଗ୍ୟ ଛାତ୍ରୀଛାତ୍ର ଏନେଇ ସରକାରୀ ଓ୍ବେବ୍‌ସାଇଟ୍‌ ମାଧ୍ୟମରେ ଆବେଦନ...

‘ମୁଁ ଚହଲଙ୍କୁ ଚଣ୍ଡିଗଡ଼ରେ ଭେଟିଛି’ ୧୬ ବର୍ଷ ତଳର ଫଟୋ ଶେୟାର କରି PBKSର ସହ ମାଲିକାଣୀ Preity Zinta କହିଛନ୍ତି…

ନୂଆଦିଲ୍ଲୀ,୧୮।୪: ପ୍ରୀତି ଜିଣ୍ଟା ବଲିଉଡର ଏକ ଜଣାଶୁଣା ନାମ। ପ୍ରଶଂସକମାନେ ତାଙ୍କୁ ଡିମ୍ପଲ ଗର୍ଲ ଭାବରେ ମଧ୍ୟ ଜାଣନ୍ତି। Preity Zinta ତାଙ୍କ କ୍ୟାରିୟରରେ ଅନେକ...

ନ୍ୟାଶନାଲ ହେରାଲ୍ଡ ସ୍କାମ୍‌ ବିରୋଧରେ ତାତିଲା ଭାଜପା

କେନ୍ଦୁଝର,୧୮ା(ନରେଶ ଚନ୍ଦ୍ର ପଟ୍ଟନାୟକ): ନ୍ୟାଶନାଲ ହେରାଲ୍ଡ ସ୍କାମ୍‌ରେ ୬ ହଜାର କୋଟିର ଅର୍ଥ ଲୁଟ୍‌ରେ ସିଧାସଳଖ ସଂପୃକ୍ତ ଥିବା କଂଗ୍ରେସ ନେତ୍ରୀ ସୋନିଆ ଗାନ୍ଧୀ ଏବଂ...

ବିବାହ ପ୍ରତିଶ୍ରୁତି ଦେଇ ନାବାଳିକାଙ୍କୁ ବଳାତ୍କାର

ନିରାକାରପୁର,୧୮ା୪(ମାନସ ଚନ୍ଦ୍ର ପଟ୍ଟନାୟକ): ଖୋର୍ଦ୍ଧା ଜିଲା ନିରାକାରପୁର ଥାନା ଅଞ୍ଚଳର ଜଣେ ନାବାଳିକାଙ୍କୁ ବିବାହ ପ୍ରତିଶ୍ରୁତି ଦେଇ ବଳାତ୍କାର କରିବା ଘଟଣାରେ ପୋଲିସ ଜଣେ ଯୁବକଙ୍କୁ...

IPL 2025: ‘ଗୁଡ ବାୟ ଇଣ୍ଡିଆ’ ଆଇପିଏଲ ୨୦୨୫ ମଝିରେ ଛାଡ଼ି ଚାଲି ଯାଉଛନ୍ତି Pat Cummins? ପତ୍ନୀଙ୍କ ପୋଷ୍ଟକୁ ନେଇ ଉଠିଲା ପ୍ରଶ୍ନ

ନୂଆଦିଲ୍ଲୀ,୧୮।୪: ଆଇପିଏଲ ୨୦୨୫ରେ, ଗୁରୁବାର ସନରାଇଜର୍ସ ହାଇଦ୍ରାବାଦ ମୁମ୍ବାଇ ଇଣ୍ଡିଆନ୍ସକୁ ଭେଟିଥିଲା। ୱାଙ୍ଖଡେରେ ଖେଳାଯାଇଥିବା ମ୍ୟାଚରେ Pat Cumminsଙ୍କ ଅଧିନାୟକତ୍ୱରେ ଦଳ ଏକ ଶୋଚନୀୟ ପରାଜୟ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image