ଲାଞ୍ଚ ନେଉଥିବା ଅଭିଯୋଗରେ ଗିରଫ ହେଲେ ଫରେଷ୍ଟର

ବଲାଙ୍ଗୀର ଅଫିସ,୧୧।୫: ଲାଞ୍ଚ ନେଉଥିବା ଅଭିଯୋଗରେ ଫରେଷ୍ଟର ହରିହର ସ୍ବାଇଁଙ୍କୁ ଗିରଫ କରାଯାଇଛି। ଗିରଫ କରାଯିବା ପରେ ତାଙ୍କୁ ମଙ୍ଗଳବାର କୋର୍ଟ ଚାଲାଣ କରାଯାଇଥିଲା। କୋର୍ଟରେ ଜାମିନ୍‌ ନ ମିଳିବାରୁ ତାଙ୍କୁ ବଲାଙ୍ଗୀର ଜେଲକୁ ପଠାଇ ଦିଆଯାଇଛି।
ସୂଚନାନୁଯାୟୀ, ବଲାଙ୍ଗୀର ଜିଲା ବଙ୍ଗୋମୁଣ୍ଡା ସିନ୍ଧିକେଲା ଫରେଷ୍ଟ ବିଟ୍‌ର ଫରେଷ୍ଟର ହରିହର ସ୍ବାଇଁ ଲାଞ୍ଚ ନେଉଥିବା ବେଳେ ମଙ୍ଗଳବାର ଭିଜିଲାନ୍ସ ହାତରେ ଧରାପଡିଥିଲେ। ଜଣେ ଶ୍ରମିକଙ୍କ ଠାରୁ ୧ ଲକ୍ଷ ୩୦୦ ଟଙ୍କା ଲାଞ୍ଚ ନେଉଥିଲେ। ଏହି ସମୟରେ ଭିଜିଲାନ୍ସ ତାଙ୍କୁ ଧରିବା ସହ ନଗଦ ୧ ଲକ୍ଷ ୩୦୦ ଟଙ୍କା ଜବତ କରିଥିଲା। ତେବେ ବଲାଙ୍ଗୀର ଏବଂ ସୋନପୁର ଭିଜିଲାନ୍ସ ବିଭାଗ ଏକକାଳୀନ ୩ଟି ସ୍ଥାନରେ ଚଢାଉ କରିଥିଲେ।

Share