Categories: ବାଣିଜ୍ୟ

ଫର୍ଚୁନ୍‌ର ନୂତନ ଅଭିଯାନ

ଭୁବନେଶ୍ୱର, ୮।୬: ଦେଶର ପ୍ରମୁଖ ଖାଇବା ତେଲ ‘ଫର୍ଚୁନ’ର ନୂତନ ଅଭିଯାନ ବନାଓ କୁଛ୍‌ ହଟ୍‌କେର ଶୁଭାରମ୍ଭ ସମ୍ପର୍କରେ ଘୋଷଣା କରାଯାଇଛି। ଏପରିକି ଫର୍ଚୁନ ସୋୟା ଚଙ୍କ୍‌ସ ପାଇଁ ଏହି ଅଭିଯାନ ଆରମ୍ଭ ହୋଇଛି। ଏହି ଅଭିଯାନରେ ସୋୟା ଚଙ୍କ୍‌ସକୁ ନେଇ ବିଭିନ୍ନ ପ୍ରକାର ଭୋଜନ ପ୍ରସ୍ତୁତ କରିବାର ବିକଳ୍ପ ମଧ୍ୟ ଉପସ୍ଥାପନ କରାଯାଇଛି। ଅପରପକ୍ଷରେ ଡିଡିବି ମୁଦ୍ରା ପକ୍ଷରୁ ପ୍ରସ୍ତୁତ ଏକ ଟିଭି କର୍ମସିଆଲ (ଟିଭିସି)କୁ ମଧ୍ୟ ଏହି ଅଭିଯାନରେ ସାମିଲ କରାଯାଇଛି। ଏଥିରେ ବଲିଉଡ୍‌ ତାରକା ଜାବେଦ ଜାଫ୍ରି ଓ ପୂର୍ବତନ ଭାରତୀୟ କ୍ରିଡାବିତ୍ତ ସୌରଭ ଗାଙ୍ଗୁଲିଙ୍କୁ ଦେଖିବାକୁ ମିଳିବ।
ଏ ସମ୍ପର୍କରେ ଆଦାନୀ ୱିଲମାର ଲିମିଟେଡ୍‌ର ମିଡିଆ ଓ ବ୍ରାଣ୍ଡ ମୁଖ୍ୟ ଜିଗ୍ନେଶ ଶାହା କହିଛନ୍ତି, ଏହି ଅଭିଯାନ ମାଧ୍ୟମରେ ଫର୍ଚୁନ୍‌ ସୋୟା ଚଙ୍କସ୍‌ ବ୍ୟବହାର କରି ଭିନ୍ନ ଭିନ୍ନ ଖାଦ୍ୟ ପ୍ରସ୍ତୁତ କରିବା ପାଇଁ ଗ୍ରାହକମାନଙ୍କୁ ପ୍ରେରିତ କରିବାକୁ ଆମେ ଲକ୍ଷ୍ୟ ରଖିଛୁ। ସୋୟା ଚଙ୍କସ୍‌ ଭଳି ଏକ ଉପାଦାନକୁ ଆକର୍ଷଣୀୟ ଢଙ୍ଗରେ ଉପସ୍ଥାପିତ କରିବାର ଉପାୟକୁ ଜାଣିବା ଏବଂ ପ୍ରଦର୍ଶନ କରିବାକୁ ଆମେ ବେଶ ଆନନ୍ଦିତ ଅଛୁ। ଏପରିକି ଆମେ ନିଆରା ରେସିପି ଉପରେ ଆଲୋକପାତ କରିବାକୁ ଚାହୁଁଥିଲୁ, ଯାହା ସୋୟା ଅଂଶ ସହିତ ତିଆରି କରାଯାଇପାରିବ ଏବଂ ଏହି ଫିଲ୍ମ ସେହି ବାର୍ତାକୁ ନିରବଚ୍ଛିନ୍ନ ଭାବରେ ପ୍ରତିଫଳିତ କରିଛି।

Share