Categories: ଜାତୀୟ

ଅନ୍ତିମ ସଂସ୍କାର ପାଇଁ ଏକାସାଙ୍ଗରେ ବାହାରିଲା ୪୧ ମୃତଦେହ

ଭୋପାଳ,୯।୪: ଦେଶରେ ଦୈନିକ କରୋନା ସଂକ୍ରମିତଙ୍କ ସଂଖ୍ୟା ଦ୍ରୁତ ଗତିରେ ବୃଦ୍ଧି ପାଉଛି। ଏଥି ସହିତ ମୃତ୍ୟୁ ସଂଖ୍ୟା ମଧ୍ୟ ବଢିବାରେ ଲାଗିଛି। ଅନେକ ସ୍ଥାନରେ ମୃତଦେହକୁ ଅନ୍ତିମ ସଂସ୍କାର କରିବାରେ ସମସ୍ୟା ଦେଖାଦେଇଛି। ମଧ୍ୟପ୍ରଦେଶର ରାଜଧାନୀ ଭୋପାଳରେ ଏହା ଦେଖିବାକୁ ମିଳିଛି। ଏଠାରେ ଗୋଟିଏ ଦିନରେ ଏକାସାଙ୍ଗରେ ୪୧ଜଣଙ୍କ ଶବଦାହ କରାଯାଇଥିଲା। ଭୋପାଳରେ ଏହା ପ୍ରଥମ ବୋଲି କୁହାଯାଉଛି।
ସୂଚନାଯୋଗ୍ୟ ଦେଶରେ ଲଗାତର ତୃତୀୟ ଦିନ ପାଇଁ ଏକ ଲକ୍ଷରୁ ଅଧିକ ମାମଲା ସାମ୍ନାକୁ ଆସୁଛି। କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ଦ୍ୱାରା ପ୍ରକାଶିତ ସବିଶେଷ ତଥ୍ୟ ଅନୁଯାୟୀ, ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୧.୩୧ ଲକ୍ଷରୁ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

Share