Categories: ଜାତୀୟ

୮ ମାସ ଧରି ନାବାଳିକାଙ୍କୁ ବଳାତ୍କାର କରିଛନ୍ତି ୮୦ ଜଣ

ଅମରାବତୀ,୨୧।୪: ଆନ୍ଧ୍ର ପ୍ରଦେଶର ଗଣ୍ଟୁରରୁ ଏକ ଚାଞ୍ଚଲ୍ୟକର ଘଟଣା ସାମ୍ନାକୁ ଆସିଛି। ଜଣେ ୧୩ ବର୍ଷର ନାବାଳିକା ସହ ୮୦ ଜଣ ଗଣବଳାତ୍କାର କରିଛନ୍ତି। ଦୀର୍ଘ ୮ ମାସ ଧରି ଅଭିଯୁକ୍ତମାନେ ନାବାଳିକାଙ୍କୁ ଶୋଷଣ କରିଆସୁଥିଲେ। ଗୁଣ୍ଟୁର ପୋଲିସ ମଙ୍ଗଳବାର ନାବାଳିକାଙ୍କୁ ଉଦ୍ଧାର କରିଥିବାବେଳେ ସମସ୍ତ ୮୦ ଅଭିଯୁକ୍ତଙ୍କ ଗିରଫ କରାଯାଇଛି। ବଳପୂର୍ବକ ନାବାଳିକାଙ୍କୁ ଦେହଜୀବୀ କାରବାରରେ ନିୟୋଜିତ କରାଯାଇଥିବା ପୋଲିସ କହିଛି। ମାମଲାର ମୁଖ୍ୟ ଅଭିଯୁକ୍ତ ସାଓ୍ବର୍ଣ୍ଣା କୁମାରୀଙ୍କୁ ଚିହ୍ନଟ କରାଯାଇଛି। ସେ ଜୋର ଜବରଦସ୍ତ ନାମାଳିକାଙ୍କୁ ବେଶ୍ୟାବୃତ୍ତି ରେ ଲଗାଇଥିବା ପୋଲିସ କହିଛି। ଗତବର୍ଷ ନାବାଳିକାଙ୍କ ମା’ କରୋନାରେ ପ୍ରାଣ ହରାଇଥିଲେ। ହସ୍ପିଟାଲରେ ଚିକିତ୍ସିତ ହେଉଥିବାବେଳେ ନାବାଳିକାଙ୍କ ମା’ ଓ ସାଓ୍ବର୍ଣ୍ଣା କୁମାରୀଙ୍କ ମଧ୍ୟରେ ଭଲ ସମ୍ପର୍କ ଗଢି ଉଠିଥିଲା। ପୀଡ଼ିତାଙ୍କ ମା’ଙ୍କ ବିୟୋଗ ପରେ ୧୩ ବର୍ଷର ଝିଅକୁ ସାଓ୍ବର୍ଣ୍ଣା କୁମାରୀ ପୋଷ୍ୟଭାବେ ଗ୍ରହଣ କରିଥିଲେ। ଏହାପେରେ ସଓ୍ବର୍ଣ୍ଣା ପୀଡ଼ିତାଙ୍କୁ ଆନ୍ଧ୍ର ପ୍ରଦେଶ ଓ ତେଲଙ୍ଗାନାରେ ଥିବା ବେଶ୍ୟାଳୟକୁ ପଠାଇଥିଲେ, ଯାହା ଦୀର୍ଘ ୮ ମାସ ଧରି ଚାଲିଥିଲା। ଗତବର୍ଷ ଅଗଷ୍ଟ ମାସରେ ପୀଡ଼ିତାଙ୍କ ବାପା ଥାନାରେ ଏ ସମ୍ପର୍କରେ ଅଭିଯୋଗ କରିଥିଲେ।

 

Share