Categories: ଫୁରସତ

ମିଳିଲା ୧୦୦ ବର୍ଷର ଲଭ୍‌ ଲେଟର, ଏଥିରେ ଲେଖା ଥିଲା…

ବ୍ରିଟେନରେ ଜଣେ ନାବାଳକ ତାଙ୍କ ଘରୁ ଏକ ଲଭ୍‌ ଲେଟର ପାଇଛନ୍ତି। ଯାହାକି ୧୦୦ ବର୍ଷ ତଳର ବୋଲି ଜଣାପଡ଼ିଛି। ଏହି ଲଭ୍‌ ଲେଟରରେ ଗୁପ୍ତ ପ୍ରେମ ସମ୍ପର୍କ ବିଷୟରେ ଜଣାପଡ଼ିଥିଲା। ଏହି କଥା ସେତେବେଳେ ଜଣାପଡ଼ିଲା ଯେତେବେଳେ ପିଲାଟି ଘର ସଫା କରୁଥିବା ସମୟରେ ଏକ ଟାଇଲ ଭାଙ୍ଗି ଯାଇଥିଲା।

୧୪ ବର୍ଷୀୟ ଲୁକାସ ଘରୁ ଏକ ଲଭ୍‌ ଲେଟର ବା ପ୍ରେମପତ୍ର ପାଇଥିଲେ। ଏଥିରେ ରୋନାଲ୍ଡ ନାମକ ଜଣେ ବ୍ୟକ୍ତି ତାଙ୍କର ବିବାହିତା ପ୍ରେମିକାଙ୍କୁ ଲେଖିଥିଲେ। ଯେଉଁଥିରେ ତାଙ୍କ ପ୍ରେମ ସମ୍ପର୍କକୁ ଗୁପ୍ତ ରଖିବାକୁ ଲେଖିଥିଲେ। ଲୁକାସ ଏବଂ ତାଙ୍କ ମା’ ଘର ସଫା କରୁଥିବା ବେଳେ ଟିଭି ନିକଟରେ ଥିବା କିଛି ଟାଇଲ ପଡ଼ିଯାଇଥିଲା। ଏହାକୁ ଗୋଟାଇବା ସମୟରେ ସେମାନେ ଚିଠିଟି ପାଇଥିଲେ। ଏଥିରେ କୌଣସି ତାରିଖ ଲେଖାନାହିଁ। କିନ୍ତୁ ମହିଳା ଜଣକ କହିଛନ୍ତି, ୧୯୧୭ରେ ଏହି ଘର ତିଆରି ହୋଇଥିଲା। ଏହି ବର୍ଷ ମେ’ରେ ଆମେମାନେ ଏହି ଘରକୁ ଶିଫ୍ଟ ହୋଇଛୁ। ତେଣୁ ପୂର୍ବରୁ ରହୁଥିବା ଭଡ଼ାଟିଆଙ୍କ ବିଷୟରେ ସେ କିଛି ଜାଣିନାହାନ୍ତି। ଏହି ଲେଟର ଦେଖିବା ପରେ ଜଣେ ବ୍ୟକ୍ତି କହିଛନ୍ତି, ଏହି କାଗଜର ଆକାର ଦେଖି ଲାଗୁଛି ଏହା ୧୯୨୦ ମସିହା ବେଳର।

Share