ସାଧାରଣତଃ ଲୁହା ସାମଗ୍ରୀ କିଛିଦିନ ରହିବା ପରେ ଏଥିରେ କଳଙ୍କ ଲାଗିଯାଇଥାଏ। ମାତ୍ର ୮୦୦ ବର୍ଷର ତଳର ଲୁହା ଚେନ୍ରେ ତିଆରି ଏକ ଶର୍ଟ ମିଳିଛି ତଥାପି ଏଥିରେ କଳଙ୍କି ଲାଗିନାହିଁ। ଗତ ସପ୍ତାହରେ ଏକ କାର୍ଯ୍ୟକ୍ରମରେ ଜଣେ ବ୍ୟକ୍ତି ଏ ସମ୍ପର୍କରେ ଖୁଲାସା କରିଥିଲେ। ୮୦୦ ବର୍ଷର ପୁରଣା ଏହି ଲୁହା ଚେନ୍ରେ ତିଆରି ଶର୍ଟ ତାଙ୍କ ବଗିଚା ସେଡ୍ରେ ଥିଲା। ଏହାକୁ ଏବେ ନାଇଟ୍ସ ଆଣ୍ଡ କନ୍କ୍ୱେଟ୍ସ ହେରିଟେଜ୍ ସେଣ୍ଟରକୁ ଦାନ କରିଦିଆଯାଇଛି।
ହେରିଟେଜ୍ ସେଣ୍ଟରର ମହାପ୍ରବନ୍ଧକ ବର୍ଟଲ ଡି ଆର୍ସି କୁହନ୍ତି, ଯେତେବେଳେ ଏହି ବ୍ୟକ୍ତି ଜଣକ କଳାକୃତିକୁ ନେଇ ତାଙ୍କ ସାମ୍ନାକୁ ଆସିଲେ ସେ ଚେନ୍ରେ ତିଆରି ଶର୍ଟକୁ ଦେଖି ଆଶ୍ଚର୍ଯ୍ୟ ହୋଇଗଲେ। କାରଣ ଏତେ ବର୍ଷର ପୁରୁଣା ହୋଇଥିଲେ ମଧ୍ୟ ଏହା ସମ୍ପୂର୍ଣ୍ଣ ସୁରକ୍ଷିତ ଥିଲା।