ରାତିରେ ଉଡୁଥିବା ଝିଟିପିଟିର ମିଳିଲା ସନ୍ଧାନ…

ଆଇଜଲ,୧୫।୬ : ମିଜୋରାମ ୟୁନିଭରସିଟି ଏବଂ ଜର୍ମାନୀର ମ୍ୟାକ୍ସ ପ୍ଲାଙ୍କ ଇନଷ୍ଟିଚ୍ୟୁଟ ଫର ବାୟୋଲୋଜି ଗବେଷକମାନେ ମିଜୋରାମର ଲଙ୍ଗଟଲାଇ ସହର ନିକଟରେ ଏକ ଉଡ଼ନ୍ତା ଝିଟିପିଟି ସନ୍ଧାନ ପାଇଛନ୍ତି। ଗବେଷକମାନେ ଏହାର ନାମ ଗେକୋ ମିଜର୍ମେନସିସ ବୋଲି ନାମକରଣ କରିଛନ୍ତି। ଏସମ୍ପର୍କରେ ଜଡିତ ଅଧ୍ୟୟନ ମେ ୧୫ ରେ ସମ୍ମାନିତ ସଲାମଚନ୍ଦ୍ର ଜର୍ନାଲ ଅଫ ହେର୍ପେଟୋଲୋଜିରେ ପ୍ରକାଶିତ ହୋଇଥିଲା। ଅଧ୍ୟୟନ ଅନୁଯାୟୀ, ପ୍ରାୟ ୨୦ ସେମି ଲମ୍ବା ଏହି ଝିଟିପିଟି ଗଛରେ ବାସକରେ। ଖାଦ୍ୟ ସନ୍ଧାନରେ ଏହା ପ୍ରାୟତଃ ରାତିରେ ଉଡିଥାଏ । ଏହା ଉପରେ ଅଧିକ ଗବେଷଣା କରାଯାଉଛି।

Share