ଟାଇଟାନର ୫କୋଟିପତିଙ୍କ ମିଳିଲା ମୃତଦେହ, ଚିହ୍ନିବା ହେଉଛି କଷ୍ଟକର

ଓ୍ବାଶିଂଟନ୍‌,୨୯।୬:ଟାଇଟାନିକ ଦେଖିବାକୁ ଯାଇଥିବା ଟାଇଟାନ୍‌ ଅଥଳ ପାଣି ଭିତରେ ଅନ୍ତସ୍ଫୋଟ ହୋଇଛି। ସେଥିରେ ଥିବା ପୃଥିବୀର ପାଞ୍ଚ କୋଟିପତିଙ୍କ ମୃତ୍ୟୁ ହୋଇଛି। ତେବେ ଟାଇଟାନ ଧ୍ୱଂସାବଶେଷରୁ ମଣିଷଙ୍କ ମୃତଦେହ ଉଦ୍ଧାର ହୋଇଛି ବୋଲି ଆମେରିକାର ତଟରକ୍ଷୀ ସୂଚନା ଦେଇଛନ୍ତି

ଆମେରିକାର ତଟରକ୍ଷୀ ବାହିନୀ ସୂଚନା ଦେଇଛନ୍ତି ଯେ, ବୁଧବାର ଟାଇଟାନର ଧ୍ୱଂସାବଶେଷକୁ ସ୍ଥଳଭାଗକୁ ଅଣାଯାଇଥିଲା। ଟାଇଟାନରୁ ମଣିଷର ଅବଶେଷ ମିଳିଛି। ଆମେରିକାର ତଟରକ୍ଷୀ ମୁଖ୍ୟ କ୍ୟାପଟେନ ଜେସନ ନେଉବାଉର୍‌ କହିଛନ୍ତି ଯେ, ଏହି ଜରୁରୀ ପ୍ରମାଣ ପ୍ରାପ୍ତ ହୋଇଥିବାରୁ ସମସ୍ତ ଅନ୍ତର୍ଜାତୀୟ ତଥା ଆନ୍ତଃ ଏଜେନ୍ସିଙ୍କ ସହାୟତା ପାଇଁ ମୁଁ କୃତଜ୍ଞ।

କ୍ୟାପଟେନ ଜେସନ କହିଛନ୍ତି ଯେ, ଏହି ଦୁର୍ଘଟଣାରୁ ମିଳିଥିବା ପ୍ରମାଣ ଅନ୍ତର୍ଜାତୀୟ ଅନୁସନ୍ଧାନକାରୀଙ୍କୁ ବିଭିନ୍ନ ତଥ୍ୟ ସଂଗ୍ରହ କରିବାରେ ସାହାଯ୍ୟ କରିବ। ଯାହା ଆଗାମୀ ସମୟରେ ବିଭିନ୍ନ କାରଣକୁ ବୁଝିବାରେ ସାହାଯ୍ୟ କରିବ। ଏଥିସହ ଏପରି ପ୍ରମାଣ ଯୋଗୁଁ ଏପରି ଦୁଃଖଦ ଘଟଣା ଯେପରି ପୁନରାବୃତ୍ତି ନ ହୁଏ ସେଥିପାଇଁ ଏହା ସାହାଯ୍ୟ କରିବ। ଟାଇଟାନର ଧ୍ୱଂସାବଶେଷ ଖୋଜିବାକୁ କାନାଡାର ଜାହାଜ ହୋରିଜନ ଆର୍କଟିକ ଦ୍ୱାରା ଏକ ମାନବ ବିହୀନ ଆର୍‌ଓଭିକୁ ପଠାଯାଇଥିଲା । ଏହି ଦୁର୍ଘଟଣାରେ ପ୍ରାଣ ହରାଇଥିବା କୋଟିପତିଙ୍କ ମୃତଦେହ ଅତ୍ୟନ୍ତ ଖରାପ ଅବସ୍ଥାରେ ମିଳିଛି।

 

Share