Categories: ଜାତୀୟ

ହ୍ବାଟ୍ସଆପ୍‌ ଚାଟ୍‌ରୁ ମିଳିଲା ସୁରାକ

ମୁମ୍ବାଇ, ୨୦।୧୦: ଆର୍ୟନ ନିୟମିତ ଭାବେ ଡ୍ରଗ୍ସ କାରବାରରେ ସମ୍ପୃକ୍ତ ଥିବା ତାଙ୍କ ହ୍ବାଟ୍ସଆପ୍‌ ଚାଟ୍‌ରୁ ଜଣାପଡ଼ିଛି। ତେଣୁ ସେ ଜାମିନରେ ଗଲେ ଏଭଳି ଅପରାଧ ଯେ କରିବେ ନାହିଁ, ତାହା କୁହାଯାଇପାରିବ ନାହିଁ ବୋଲି ବିଚାରପତି ଭି.ଭି. ପାଟିଲ କହିନ୍ତି। ନିଶା ଯୋଗାଣକାରୀ ଓ ବିକ୍ରେତାଙ୍କ ସହ ଆର୍ୟନଙ୍କ ନିବିଡ଼ ସମ୍ପର୍କ ରହିଥିବା ପ୍ରମାଣ ଉପସ୍ଥାପନ କରାଯାଇଛି। ଯଦିଓ ଚଢ଼ାଉ ବେଳେ ଆର୍ୟନଙ୍କଠାରୁ ଡ୍ରଗ୍ସ ମିଳି ନ ଥିଲା, ତେବେ ତାଙ୍କ ବନ୍ଧୁ ଅର୍ବାଜ ମର୍ଚାଣ୍ଟଙ୍କ ପାଖରୁ ୬ ଗ୍ରାମ ଚରସ ମିଳିଥିଲା, ଯାହା ଆର୍ୟନଙ୍କୁ ଜଣାଥିଲା ବୋଲି କୋର୍ଟ କହିଛନ୍ତି।

Share