ଯନ୍ତ୍ରୀଙ୍କ ଘରେ ଭିଜିଲାନ୍ସ, ଚତୁର୍ଥ ଦିନରେ ମିଳିଲା ୧କୋଟି ୭୭ ଲକ୍ଷ

ମାଲକାନଗିରି,୨୮।୩(ଡି,ଏନ୍‌.ଏ.): ଯେତେ ଖୋଳିଲେ ସେତେ ବାହାରୁଛି ମାଲକାନଗିରି ଜିଲା ଅଧୀକ୍ଷଣ ଯନ୍ତ୍ରୀ ଆଶିଷ୍‌ କୁମାର ଦାସଙ୍କ ସମ୍ପତ୍ତି। ଆଜି ଚତୁର୍ଥ ଦିନରେ ଆଶିଷଙ୍କ ମାଲକାନଗିରି ଓ କଟକ ତ୍ରିଶୁଳିଆ ସ୍ଥିତ ଘରେ ଭିଜିଲାନ୍ସ ରେଡ୍‌ କରୁଛି। ତେବେ ରେଡ୍‌ ବେଳେ ଆହୁରି ୧କୋଟି ୭୭ ଲକ୍ଷ ଟଙ୍କା ଜବତ ହୋଇଛି । ଯାହା ରାଜ୍ୟରେ ରେକର୍ଡ ସଂଖ୍ୟକ ବୋଲି କୁହାଯାଉଛି। ବର୍ତ୍ତମାନ ସୁଦ୍ଧା ମୋଟ ୭ କୋଟିରୁ ଉଦ୍ଧର୍‌ବ ଟଙ୍କାର ସମ୍ପତି ସହ ବ୍ୟାଙ୍କରେ ଡିପୋଜିଟ ଟଙ୍କା ଜବତ ହୋଇଛି। ଏନେଇ ଭିଜିଲାନ୍ସ ଡିଏସ୍‌ପି ସୁଶାନ୍ତ କୁମାର ବିଶ୍ୱାଳ ଏହି ସୂଚନା ଦେଇଛନ୍ତି । ତେବେ ଏହି କୋଟି କୋଟି ଟଙ୍କା ଦୁର୍ନୀତି ପଛରେ ସ୍ଥାନୀୟ ଜଣେ ଯୁବ ଠିକାଦାରଙ୍କ ଭୁମିକା ଥିବା ଭିଜିଲାନ୍ସ ବିଭାଗ ସୁରାକ ପାଇଥିବା ସୂଚନା ମିଳିଛି । ଶୁକ୍ରବାର ଡିସିବି ବ୍ୟାଙ୍କ୍‌ରେ ୧୦ଲକ୍ଷ ଟଙ୍କା ଜମା କରିବାକୁ ଯାଇଥିବା ବେଳେ ଭିଜିଲାନ୍ସ ଚଢାଉ କରି ତାଙ୍କୁ କାବୁ କରି ନେଇଥିଲେ।

 

 

Share