Categories: ବାଣିଜ୍ୟ

ଓଜିବିର ପ୍ରତିଷ୍ଠା ଦିବସ

ଭୁବନେଶ୍ୱର,୧୧।୧: ଓଡ଼ିଶା ଗ୍ରାମ୍ୟ ବ୍ୟାଙ୍କ (ଓଜିବି)ର ଦ୍ୱାଦଶ ପ୍ରତିଷ୍ଠା ଦିବସ ନିକଟରେ ପାଳିତ ହୋଇଯାଇଛି। ଏହି ପରିପ୍ରେକ୍ଷୀରେ ଭୁବନେଶ୍ୱରସ୍ଥିତ ଓଜିବିର ମୁଖ୍ୟ କାର୍ଯ୍ୟାଳୟ ଠାରେ ଏକ ମାଗଣା ସ୍ବାସ୍ଥ୍ୟ ଶିବିର ବ୍ୟାଙ୍କର ସମସ୍ତ ଅଧିକାରୀ, କର୍ମଚାରୀ ଏବଂ ପରିବାର ସଦସ୍ୟମାନଙ୍କ ନିମନ୍ତେ ଆୟୋଜନ କରିଥିଲା। ଏଥିସହ ବ୍ୟାଙ୍କର ବିଭିନ୍ନ କ୍ଷେତ୍ରରେ ଯଥା ଲୋକ ଅଦାଲତ, ମିଶନ ଜନସୁରକ୍ଷା, ଅଟଳ ପେନ୍‌ସନ ଯୋଜନା ଇତ୍ୟାଦିରେ ଉଚ୍ଚ ପ୍ରଦର୍ଶନ କରିଥିବା ବ୍ୟାଙ୍କ ଶାଖା ଏବଂ ଆଞ୍ଚଳିକ କାର୍ଯ୍ୟାଳୟଗୁଡ଼ିକୁ ପୁରସ୍କୃତ କରାଯାଇଥିଲା। ଏହି ଅବସରରେ ବ୍ୟାଙ୍କର ଅଧ୍ୟକ୍ଷ ଋଷି ସିଂହ ମହିଳା ସ୍ବୟଂ ସହାୟକ ଗୋଷ୍ଠୀମାନଙ୍କୁ ଋଣ ପ୍ରଦାନରେ ଶ୍ରେଷ୍ଠ ବ୍ୟାଙ୍କ ଭାବେ ବିବେଚିତ ହେବା ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କଠାରୁ ପୁରସ୍କାର ପାଇବା ପାଇଁ ବ୍ୟାଙ୍କର କର୍ମଚାରୀମାନଙ୍କୁ ଧନ୍ୟବାଦ ଜଣାଇଥିଲେ ଏବଂ ଏଭଳି ଗୁରୁତ୍ୱପୂର୍ଣ୍ଣ କ୍ଷେତ୍ରରେ ଭଲ ପ୍ରଦର୍ଶନ କରିବା ପାଇଁ କର୍ମଚାରୀମାନଙ୍କୁ ସେ ଉତ୍ସାହିତ କରିଥିଲେ। ପରିଶେଷର ବ୍ୟାଙ୍କ ପକ୍ଷରୁ ଏକ ସାଂସ୍କୃତିକ କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲାବେଳେ ସ୍ଥାନୀୟ ଅଞ୍ଚଳର ଅନାଥ ଆଶ୍ରମଗୁଡିକ ପାଇଁ ଅତ୍ୟାବଶ୍ୟକ ସାମଗ୍ରୀ ଯଥା ଆଲମିରା, ବହି, ଖାତା, ପେନ୍‌, ରାସନ ସାମଗ୍ରୀ ପ୍ରଦାନ କରାଯାଇଥିଲା।

Share