ଯୋଡ଼ା,୪ା୨(ଡି.ଏନ.ଏ): ଜିନ୍ଦଲ ଷ୍ଟିଲ ଆଣ୍ଡ ପାୱାର (ଜେଏସପି) ର ସାମାଜିକ ଶାଖା, ଜେଏସପି ଫାଉଣ୍ଡେଶନ ପକ୍ଷରୁ କେନ୍ଦୁଝର ଜିଲା ବଡ଼ବିଲଠାରେ ଏକ ଅତ୍ୟାଧୁନିକ ହସ୍ପିଟାଲ, ‘ଜିନ୍ଦଲ ଆରୋଗାମ ହସ୍ପିଟାଲ’ର ନିର୍ମାଣ ପ୍ରକ୍ରିୟା ଆରମ୍ଭ ହୋଇଛି। ଶୁକ୍ରବାର ଜେଏସ୍ପି ଅଧ୍ୟକ୍ଷ ନବୀନ ଜିନ୍ଦଲ ଏବଂ ଜେଏସ୍ପି ଫାଉଣ୍ଡେଶନର ଚେୟାରପର୍ସନ ଶାଲୁ ଜିନ୍ଦଲ ଭୁମି ପୂଜନ କରି ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ। ଡାକ୍ତରଖାନା ୧୮ ମାସ ମଧ୍ୟରେ ସମ୍ପୂର୍ଣ୍ଣ ହେବ ବୋଲି ଅଧ୍ୟକ୍ଷ ଜିନ୍ଦଲ କହିଛନ୍ତି। ଆରମ୍ଭ ହେବାକୁ ଥିବା ଏହି ହସ୍ପିଟାଲରେ ୧୯ ଟି ଶଯ୍ୟା ରହିବ। ସମସ୍ତ ଅତ୍ୟାଧୁନିକ ଚିକିତ୍ସା, ପରୀକ୍ଷା ଉପଲବ୍ଧ ରହିବ ବୋଲି ଫାଉଣ୍ଡେଶନ ପକ୍ଷରୁ କୁହାଯାଇଥିଲା। କାର୍ଯ୍ୟକ୍ରମରେ ଚମ୍ପୁଆ ବିଧାୟିକା ମୀନାକ୍ଷୀ ମହନ୍ତ, ପଦ୍ମଶ୍ରୀ ଡ. ତୁଳସୀ ମୁଣ୍ଡା ଯୋଗଦେଇ ଫାଉଣ୍ଡେଶନର ପଦକ୍ଷେପକୁ ପ୍ରଶଂସା କରିଥିଲେ। ଜେଏସ୍ପି ପେଲେଟ ଓ ଆଇରନ ଓର ବିଜିନେସର ମୁଖ୍ୟ ଆଶିଷ ପାଣ୍ଡେ ଧନ୍ୟବାଦ ଅର୍ପଣ କରିଥିଲେ। ଜେଏସ୍ପିର ବଡ଼ବିଲ ୟୁନିଟ ମୁଖ୍ୟ ଏମ.ଡି. ପୁରୁଷୋତ୍ତମ, ଅଜିତ ପାତ୍ର, କାସିଆ ଆଇରନ ମାଇନ୍ସ ମୁଖ୍ୟ ମାନବସମ୍ଭଳ ବିଭାଗ ମୁଖ୍ୟ ସରତ କିଶୋର ପଣ୍ଡା ସହଯୋଗ କରିଥିଲେ। କମ୍ପାନୀର ସଭାପତି ତଥା ସିଏସଆର୍ ମୁଖ୍ୟ ଏବଂ ଓଡ଼ିଶା କର୍ପୋରେଟ ଯୋଗାଯୋଗ ବିଭାଗ ମୁଖ୍ୟ ପ୍ରଶାନ୍ତ ହୋତା ପରିଚାଳନା କରିଥିଲେ।