Advertisement
Categories: ଜାତୀୟ

ସୁଲଭ ଇଣ୍ଟରନ୍ୟାଶନାଲ ପ୍ରତିଷ୍ଠାତାଙ୍କ ପରଲୋକ…

ନୂଆଦିଲ୍ଲୀ,୧୫।୮ : ସୁଲଭ ଇଣ୍ଟରନ୍ୟାଶନାଲର ପ୍ରତିଷ୍ଠାତା ବିନ୍ଦେଶ୍ୱର ପାଠକଙ୍କ ପରଲୋକ ଘଟିଛି। ତାଙ୍କର ସ୍ବାସ୍ଥ୍ୟାବସ୍ଥା ଗୁରୁତର ହେବାରୁ ତାଙ୍କୁ ଦିଲ୍ଲୀ ଏମ୍ସରେ ଚିକିତ୍ସା ଲାଗି ଭର୍ତ୍ତି କରାଯାଇ ଥିଲା। ପରେ ଡାକ୍ତରମାନେ ତାଙ୍କୁ ମୃତ ଘୋଷଣା କରିଥିଲେ।

ଉଲ୍ଲେଖନୀୟ କଥା ହେଉଛି, ବିନ୍ଦେଶ୍ୱର ପାଠକ ୧୯୭୦ରେ ସୁଲଭ ଇଣ୍ଟରନ୍ୟାଶନାଲ ପ୍ରତିଷ୍ଠା କରିଥିଲେ। ଭାରତ ସହିତ ଏହା ବିଶ୍ୱର ଅନେକ ଦେଶରେ ସ୍ବଚ୍ଛତା କ୍ଷେତ୍ରରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରୁଛି ।

ସ୍ବଚ୍ଛତା ପାଇଁ ଅନେକ ପଦ୍ମ ପୁରସ୍କାର ସମେତ ବିନ୍ଦେଶ୍ୱର ପାଠକ ଅନେକ ଜାତୀୟ ତଥା ଅନ୍ତର୍ଜାତୀୟ ପୁରସ୍କାର ଗ୍ରହଣ କରିଛନ୍ତି।

ସାରା ଦେଶରେ ପ୍ରାୟ ୮୫୦୦ ଶୌଚାଳୟ ଏବଂ ବାଥରୁମ ଅଛି। ସୁଲଭ ଇଣ୍ଟରନ୍ୟାଶନାଲ ଶୌଚାଳୟ ବ୍ୟବହାର କରିବା ପାଇଁ ୫ ଟଙ୍କା ଏବଂ ଗାଧୋଇବା ପାଇଁ ୧୦ ଟଙ୍କା ଆଦାୟ କରାଯାଇଥାଏ। ଅନେକ ସ୍ଥାନରେ ମାଗଣା ସେବା ମଧ୍ୟ ଯୋଗାଇ ଦିଆଯାଇଥାଏ।

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share