ରୋଟି ବ୍ୟାଙ୍କର ପ୍ରତିଷ୍ଠାତା କିଶୋରଙ୍କ କରୋନାରେ ମୃତ୍ୟୁ

ବାରାଣସୀ,୧୬।୪: ଦେଶରେ ସଂକ୍ରମଣ ଦ୍ରୁତଗତିରେ ବ୍ୟାପିବାରେ ଲାଗିଛି। ଦିନକୁ ଦିନ ସଂକ୍ରମଣ ସଂଖ୍ୟା ବୃଦ୍ଧି ପାଉଥିବା ବେଳେ କରୋନା ମୃତ୍ୟୁ ସଂଖ୍ୟା ମଧ୍ୟ ବୃଦ୍ଧି ପାଇବାରେ ଲାଗିଛି। ଇତିମଧ୍ୟରେ ଉତ୍ତରପ୍ରଦେଶ ବାରାଣସୀରୁ ଏକ ଦୁଃଖଦ ଖବର ସାମ୍ନାକୁ ଆସିଛି। ରୋଟି ବ୍ୟାଙ୍କର ପ୍ରତିଷ୍ଠାତା ତଥା ସମାଜସେବୀ କିଶୋର କାନ୍ତ ତିଓ୍ବାରିଙ୍କ ଗୁରୁବାର କରୋନାରେ ନିଧନ ଘଟିଛି। ଗତ କିଛି ଦିନ ତଳେ ସେ କରୋନାରେ ଆକ୍ରାନ୍ତ ହୋଇଥିଲେ। ସେହି ସମୟରେ ଫେସ୍‌ବୁକ ଜରିଆରେ ସେ ଲୋକଙ୍କୁ କରୋନା ସଚେତନତା କରାଇଥିଲେ। ତାଙ୍କର ଶେଷ ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।

Share