ନନ୍ଦନକାନନରେ ୪ ଦିନରେ ୪ ପକ୍ଷୀ ମୃତ

ବାରଙ୍ଗ,୨୦।୧(ଡି.ଏନ୍‌.ଏ.): ନନ୍ଦନକାନନରେ ଲଗାତାର ୪ ଦିନରେ ୪ଟି ପକ୍ଷୀଙ୍କ ମୃତ୍ୟୁ ହୋଇଛି। ମୃତ ପକ୍ଷୀଙ୍କ ମଧ୍ୟରୁ ତିନୋଟି ମୟୂର ଓ ଗୋଟିଏ ମାଟିଆ ଚିଲ ଅଛନ୍ତି। ଭେଟେନାରୀ ପରିସରରେ ଥିବା କ୍ବାରାଣ୍ଟାଇନରେ ରହୁଥିବା ସମସ୍ତ ପକ୍ଷୀଗୁଡିକୁ ସ୍ବତନ୍ତ୍ର କୋଠରୀରେ ରଖାଯାଇ ସେମାନଙ୍କ ଗତିବିଧି ଉପରେ ନଜର ରଖାଯାଉଛି। ଏହି ପକ୍ଷୀମାନଙ୍କ ନମୁନା ସଂଗ୍ରହ କରାଯାଇ ସେଣ୍ଟର ଫର ଓ୍ବାଇଲ୍ଡ ଲାଇଫକୁ ପଠାଯାଇଛି । ରିପୋର୍ଟ ଆସିବା ପରେ କ୍ବାରାଣ୍ଟାଇନରେ ରହୁଥିବା ପକ୍ଷୀଗୁଡିକୁ ଆବଶ୍ୟକ ଚିକିତ୍ସା କରାଯିବ। ଏବେ ସେମାନଙ୍କୁ ରୋଗ ପ୍ରତିରୋଧକ ଓ ଭିଟାମିନ ମେଡିସିନ ଦିଆଯାଉଛି। ଆଶଙ୍କା କରାଯାଉଥିବା ଭୂତାଣୁ ଯେଭଳି ପକ୍ଷୀ ଖୁଆଡମାନଙ୍କୁ ନ ବ୍ୟାପିବ ସେଥିପ୍ରତି କଡ଼ା ନଜର ରଖାଯାଉଛି ।

 

 

Share