Advertisement

୪ ଭାଇଙ୍କୁ ହତ୍ୟା ଘଟଣା: ୩ ଅଭିଯୁକ୍ତଙ୍କୁ ଦୁଇଦିନିଆ ରିମାଣ୍ଡ ଅନୁମତି

ହିଞ୍ଜିଳିକାଟୁ,୬ା୪(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ହିଞ୍ଜିଳି ଥାନା ପିତ୍ତଳ ଛକରେ କମେଣ୍ଟ ମରା ଘଟଣାକୁ କେନ୍ଦ୍ର କରି ବଚସା ଓ ପରେ ଯୋଜନାବଦ୍ଧ ଭାବେ ୪ଭାଇଙ୍କୁ ଜଘନ୍ୟ ହତ୍ୟା କରାଯାଇଥିଲା। ଏହି ହତ୍ୟାକାଣ୍ଡରେ ଜଡ଼ିତ ୫ ଅଭିଯୁକ୍ତଙ୍କୁ ପୋଲିସ ଗତ ୨୯ରେ ଗିରଫ କରି କୋର୍ଟ ଚାଲାଣ କରିଥିଲା। ଅନ୍ୟ ଜଣେ ଅଭିଯୁକ୍ତ ଫେରାର ଅଛନ୍ତି। ହତ୍ୟାକାଣ୍ଡର ମୁଖ୍ୟ ଅଭିଯୁକ୍ତ କୁହାଯାଉଥିବା ସାଧୁ ଓରଫ ଅମୀୟ ସ୍ବାଇଁ, ବାହନପତି ବେହେରା ଓ ସନ୍ତୋଷ ସ୍ବାଇଁଙ୍କୁ ହତ୍ୟାକାଣ୍ଡ ସମ୍ପର୍କରେ ଅଧିକ ପଚରାଉଚରା ପାଇଁ ୫ ଦିନିଆ ରିମାଣ୍ଡରେ ଆଣିବାକୁ ପୋଲିସ କୋର୍ଟରେ ଆବେଦନ କରିଥିଲା। ବୁଧବାର ୩ ଅଭିଯୁକ୍ତଙ୍କୁ ୨ଦିନିଆ ରିମାଣ୍ଡରେ ନେବାକୁ କୋର୍ଟ ପୋଲିସକୁ ଅନୁମତି ଦେଇଛନ୍ତି। ବୁଧବାର ହତ୍ୟାକାଣ୍ଡର ମୁଖ୍ୟ ଅଭିଯୁକ୍ତ ସାଧୁ ,ବାହନପତି ଓ ସନ୍ତୋଷଙ୍କୁ ପୋଲିସ ୨ଦିନିଆ ରିମାଣ୍ଡରେ ଆଣିଥିବା ଆଇଆଇସି ଅଭିମନ୍ୟୁ ଦାସ କହିଛନ୍ତି।
ଅନ୍ୟ ପକ୍ଷରେ ମୃତକ ୪ଭାଇଙ୍କ ଗ୍ରାମ ନରେନ୍ଦ୍ରପୁର କିଛି ଭଦ୍ରବ୍ୟକ୍ତି, ଉକ୍ତ ଅଞ୍ଚଳର ଲୋକ ପ୍ରତିନିଧିମାନଙ୍କୁ ନେଇ ବୁଧବାର ହିଞ୍ଜିଳି ଥାନାରେ ଏକ ଆଲୋଚନା ବୈଠକ ହୋଇଥିଲା। ଏଥିରେ ଆସିକା ଏସ୍‌ଡିପିଓ ଉମା ଶଙ୍କର ସିଂ, ଆଇଆଇସି ଅଭିମନ୍ୟୁ ଦାସ ପ୍ରମୁଖ ଶାନ୍ତି ପ୍ରତିଷ୍ଠା ନିମନ୍ତେ ଆଲୋଚନା କରିଥିଲେ। ବୁଧବାର ରାତିରେ ନରେନ୍ଦ୍ରପୁର ଗ୍ରାମବାସୀ ଏକ ବୈଠକ କରି ପୋଲିସକୁ ଜଣାଇବା ପାଇଁ କହିଛନ୍ତି।

ପ୍ରକାଶ ଥାଉ କି, ଘଟଣା ପରଠାରୁ ପିତ୍ତଳ ଛକରେ ଦୋକାନ ବଜାର ବନ୍ଦ ରହିଛି। ସେଠାରୁ ୨ ମଦ ଦୋକାନ ଉଚ୍ଛେଦ ଓ ଫାଣ୍ଡି ପ୍ରତିଷ୍ଠା ପାଇଁ ଦାବି ହୋଇଛି। ଫାଣ୍ଡି ପ୍ରତିଷ୍ଠା ପର୍ଯ୍ୟନ୍ତ ପୋଲିସ ଫୋର୍ସ ମୁତୟନ ପାଇଁ ଗଞ୍ଜାମ ଏସ୍‌ପି ବ୍ରିଜେଶ ରାଏ ପୂର୍ବରୁ ହିଞ୍ଜିଳିକାଟୁରେ ଅନୁଷ୍ଠିତ ପ୍ରେସ୍‌ମିଟରେ କହିଛନ୍ତି।

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share