ମନ୍ତ୍ରୀଙ୍କ ଗାଡ଼ି ପଛରେ ଆସିବାରୁ ମାଡ଼ ଖାଇଲେ ୪ ବ୍ୟବସାୟୀ

ବାଉଁଶୁଣୀ,୨୯ା୭(ଡି.ଏନ୍‌.ଏ.): ମନ୍ତ୍ରୀଙ୍କ ଗାଡିକୁ ପିଛା କରିବା ଅଭିଯୋଗରେ ବୁଧବାର ରାତିରେ ପୋଲିସଠାରୁ ମାଡ ଖାଇ ୪ ଜଣ ଯୁବକ ମନମୁଣ୍ଡା ଥାନାରେ ଅଟକ ରହିବା ଘଟଣା ଗୁରୁବାର ଭିନ୍ନ ମୋଡ ନେଇଛି। ତଦନ୍ତରୁ ସତ୍ୟାସତ୍ୟ ଜଣାପଡିବା ପରେ ସେମାନଙ୍କୁ ପୋଲିସ ଛାଡି ଦେଇଛି।

ମିଳିଥିବା ସୂଚନା ଅନୁଯାୟୀ, ବୁଧବାର ରାତିରେ ମନ୍ତ୍ରୀ ପଦ୍ମନାଭ ବେହେରା ଭୁବନେଶ୍ବରରୁ ବୌଦ୍ଧ ଜିଲା ମନମୁଣ୍ଡା ଥାନା ଦେଇ ଖୋର୍ଦ୍ଧା-ବଲାଙ୍ଗୀର ଜାତୀୟ ରାଜପଥରେ ନିଜ ନିର୍ବାଚନମଣ୍ଡଳୀ ବୀରମହାରାଜପୁର ଯାଉଥିଲେ। ଏହି ସମୟରେ ଚାରିଛକରୁ ଏକ କଳା ରଙ୍ଗର ହୁଣ୍ଡାଇ କାରରେ ୪ ଜଣ ଯୁବକ ବସି ଆଗରେ ଯାଉଥିବା ମନ୍ତ୍ରୀ ବେହେରାଙ୍କ ଗାଡିର ପଛେ ପଛେ ଆସୁଥିଲେ । ବୌଦ୍ଧ ଜିଲାର ଚାରିଛକରୁ ମନମୁଣ୍ଡା ପର୍ଯ୍ୟନ୍ତ ଦୀର୍ଘ ୮୦ କିମି ଦୂର ମନ୍ତ୍ରୀଙ୍କ ଗାଡି ପଛରେ ଯୁବକଙ୍କ କାର୍‌ ଆସୁଥିବାରୁ ପାଇଲଟିଂ ଗାଡ଼ିରେ ଥିବା ପୋଲିସ ସନ୍ଦେହରେ ସେମାନଙ୍କୁ ଅଟକାଇ ମାଡ଼ ମାରି ମନମୁଣ୍ଡା ଥାନାରେ ଜିମା ଦେଇଥିଲା। ମନମୁଣ୍ଡା ଥାନା ଆଇଆଇସି ଗୋପୀନାଥ ପ୍ରଧାନ ୪ ଯୁବକଙ୍କୁ ପଚରାଉଚୁରା କରିବା ପରେ ସେମାନେ ସମସ୍ତେ ବଲାଙ୍ଗୀର ସହରର ଓ ବ୍ୟବସାୟୀ ବୋଲି ଜଣାପଡିଥିଲା। ସେମାନଙ୍କ କୌଣସି ମନ୍ଦ ଉଦ୍ଦେଶ୍ୟ ନ ଥିବା ଜାଣି ପୋଲିସ ସେମାନଙ୍କୁ ଛାଡି ଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଆତଙ୍କବାଦୀ ଆକ୍ରମଣକୁ ନିନ୍ଦା: ଦୃଷ୍ଟାନ୍ତମୂଳକ କାର୍ଯ୍ୟନୁଷ୍ଠାନ ନେବାକୁ ଦାବି

ଭଞ୍ଜନଗର,୨୬।୪(ବାବୁଲା ପ୍ରଧାନ): ଜମ୍ମୁ କଶ୍ମୀରର ପହଲଗାମଠାରେ ଆତଙ୍କବାଦୀମାନେ ଅତି ନିର୍ମମ ଭାବେ ୨୬ ଜଣ ପର୍ଯ୍ୟଟକଙ୍କୁ ହତ୍ୟା କରିଥିଲେ। ଏବେବି ଅନେକ ଆହତ ସେନା ହସ୍ପିଟାଲରେ...

ଭୁବନେଶ୍ୱରରେ ପାକିସ୍ତାନୀ ମହିଳା, ୨୦୦୮ରୁ ରହିଆସୁଥିବା କମିଶନରେଟ୍‌ ପୋଲିସର ସୂଚନା

ଭୁବନେଶ୍ୱର,୨୬ା୪: ରାଜଧାନୀ ଭୁବନେଶ୍ୱରରେ ଜଣେ ପାକିସ୍ତାନୀ ମହିଳା ରହିଥିବା ସୂଚନା ମିଳିଛି। ଦୀର୍ଘମିଆଦୀ ଭିଜାରେ ୨୦୦୮ରୁ ସେ ଭୁବନେଶ୍ବରରେ ରହିଆସୁଛନ୍ତି। ତୁରନ୍ତ ପାକିସ୍ତାନ ଫେରିଯିବାକୁ କମିଶନରେଟ...

ଏଇ ଭାରତରେ

ମହାରାଷ୍ଟ୍ରର ଏକ ଛୋଟ ଗାଁ ମାନ୍ୟାଚିଓ୍ବାଡ଼ି। ଏହାର ଲୋକସଂଖ୍ୟା ୪୨୦। ଏହି ଗାଁ ଏବେ ସମ୍ପୂର୍ଣ୍ଣ ସୌରଶକ୍ତିର ଗାଁ ହୋଇଯାଇଛି। ମାନ୍ୟାଚିଓ୍ବାଡ଼ିରେ ସ୍ବୟଂ ସହାୟିକା ଗୋଷ୍ଠୀ...

ମେଦବହୁଳତା ଚିକିତ୍ସାରେ ବୈଜ୍ଞାନିକ ପଦ୍ଧତି

ନ୍ୟାଶନାଲ ଫାମିଲି ହେଲ୍‌ଥ ସର୍ଭେ-୫ (୨୦୨୨) ଅନୁଯାୟୀ, ବର୍ତ୍ତମାନ ଭାରତରେ ୨୩% ନାରୀ ଓ ୨୨.୧% ପୁରୁଷ ବିଏମ୍‌ଆଇ ଅନୁଯାୟୀ ଅଧିକ ଓଜନ ବିଶିଷ୍ଟ। ପେଟର...

କଳା-ଗୋରା କାହାଣୀ

ଗତ ନବେ ଦଶକରେ ମୋର ବିବାହ ପାଇଁ କନ୍ୟା ଖୋଜା ହେଉଥିବା ବେଳେ ମୋ ବୋଉର ଗୋଟିଏ ମାତ୍ର ସର୍ତ୍ତ ଥିଲା ଯେ, ବୋହୂଟି ଗୋରୀ...

Dillip Cherian

ସ୍ବଚ୍ଛତା ନାହିଁ

ନିକଟରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି)ରେ କାର୍ଯ୍ୟରତ ଦୁଇ ବରିଷ୍ଠ ଆଇପିଏସ୍‌ ଅଧିକାରୀ ସୋନିଆ ନାରଙ୍ଗ ଓ ଅଭିଷେକ ଗୋଏଲଙ୍କ କାର୍ଯ୍ୟକାଳ ବୃଦ୍ଧି କରାଯାଇଛି। ଏମାନେ ସେଣ୍ଟ୍ରାଲ ଡେପୁଟେଶନରେ...

ପହଲଗାମ୍‌ରେ ଆକ୍ରମଣ ପରେ ଉପକୂଳରେ ହାଇ ଆଲର୍ଟ

ମହାକାଳପଡ଼ା, ୨୬ା୪(ପ୍ରତାପ ଚନ୍ଦ୍ର ସ୍ବାଇଁ): ଦେଶର ଜମ୍ମୁ-କଶ୍ମୀର ପହଲଗାମ୍‌ରେ ପାକିସ୍ତାନ ସମର୍ଥିତ ଆତଙ୍କବାଦୀଙ୍କ ନିରୀହ ପର୍ଯ୍ୟଟକମାନଙ୍କ ଉପରେ ବର୍ବରୋଚିତ ଭାବେ ଆକ୍ରମଣକୁ ଦେଶବାସୀ ଘୋର ନିନ୍ଦା...

‘ପ୍ରାଣୀଙ୍କ ସ୍ବାସ୍ଥ୍ୟ ପାଇଁ ମିଳିତ ଉଦ୍ୟମ ଆବଶ୍ୟକ’

୨୦୦୧ ମସିହାଠାରୁ ପ୍ରତିବର୍ଷ ଭଳି ଚଳିତ ବର୍ଷ ଏପ୍ରିଲ ମାସ ଶେଷ ଶନିବାର (୨୬ତାରିଖ)ପାଳିତ ହେଉଛି ‘ବିଶ୍ୱ ପ୍ରାଣୀ ଚିକିତ୍ସା ଦିବସ’। ଏହି ଦିବସ ପାଳନର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image