Categories: ଜାତୀୟ

କାନ୍ଥ ଭୁଷୁଡି ୪ ଶିଶୁ ମୃତ, ୫ ଆହତ

ହଲୋଲ,୨୯।୬: ଗୁଜରାଟର ହଲୋଲ ସ୍ଥିତ ଏକ ଇଣ୍ଡଷ୍ଟ୍ରିଆଲ ଅଞ୍ଚଳରେ ଗୁରୁବାର ଲଗାଣ ବର୍ଷା ଫଳରେ ଏକ ଫ୍ୟାକ୍ଟ୍ରିର ପାଚେରି ଅସ୍ଥାୟୀ ତମ୍ବୁ ଉପରେ ପଡିଯିବାରୁ ୪ ଶିଶୁଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି। ସମସ୍ତ ଶିଶୁଙ୍କ ବୟସ ୫ ବର୍ଷରୁ କମ। ଏହି ଘଟଣାରେ ଅନ୍ୟ ୫ ଜଣ ଆହତ ହୋଇଛନ୍ତି। ପୋଲିସ ପକ୍ଷରୁ ଏହି ସୂଚନା ଦିଆଯାଇଛି।

ସୂଚନାଯୋଗ୍ୟ, ପିଡିତ ପରିବାର ମଧ୍ୟ ପ୍ରଦେଶର ଧାର ଜିଲାର ବାସିନ୍ଦା। ଏମାନେ ହଲୋଲ ଅଞ୍ଚଳରେ ଚନ୍ଦ୍ରପୁରା ଗାଁରେ ଏକ ରାସାୟନିକ ଫ୍ୟାକ୍ଟ୍ରି ନିକଟରେ ଏକ ନିର୍ମାଣସ୍ଥଳିରେ ମଜୁରିଆ ଭାବେ କାମ କରୁଥିଲେ।

Share