ମେକ୍ସିକୋର ସର୍ବୋଚ୍ଚ ଶୃଙ୍ଗ ‘ପିକୋ ଡି ଓରିଜାବା’ ଆରୋହଣ ସମୟରେ ଦୁର୍ଘଟଣା, ୪ ମୃତ

ମେକ୍ସିକୋ,୨୧।୮: ମେକ୍ସିକୋର ସର୍ବୋଚ୍ଚ ଶୃଙ୍ଗ ପିକୋ ଡି ଓରିଜାବା ଆରୋହଣ ସମୟରେ ଦୁର୍ଘଟଣା ଘଟିଛି। ଏଥିରେ ୪ ଜଣଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ରବିବାର ଦେଶର ସର୍ବୋଚ୍ଚ ପର୍ବତ ପିକୋ ଡି ଓରିଜାବା ଆରୋହଣ କରିବା ସମୟରେ ଏକ ଦୁର୍ଘଟଣାରେ ୪ଜଣ ମେକ୍ସିକୋ ନାଗରିକଙ୍କର ମୃତ୍ୟୁ ଘଟିଥିବା ଅଧିକାରୀମାନେ କହିଛନ୍ତି। ଓରିଜାବା ପିକ ଦୁଇ ରାଜ୍ୟର ମଦ୍‌ୟରେ ଥିବା ସୀମାରେ ଅବସ୍ଥିତ।
ଆଗ୍ନେୟଗିରି ପର୍ବତରୁ ଖସି ପଡିବାରୁ ଏହି ଦୁର୍ଘଟଣା ହୋଇଥିବା ଅନୁମାନ କରାଯାଉଛି। ଏହି ଶିଖରଟି ଏହାର ସ୍ବଦେଶୀ ନାମ ସୀତାଲାଟେପେଟଲ ଭାବେ ବି ମଧ୍ୟ ଜଣାଶୁଣା। ପିକୋ ଦେ ଓରିଜାବାଙ୍କର ଉଚ୍ଚତା ୧୮,୬୧୯ ଫୁଟ । କାର୍ଯ୍ୟାଳୟ କହିଛି ଯେ ଦୁଇ ପର୍ବତାରୋହୀ ପଡୋଶୀ ରାଜ୍ୟ ଭେରାକ୍ରୁଜ ଏବଂ ଜଣେ ପୁଏବଲା ସହରର। ପିକୋ ଡି ଓରିଜାବା ଶିଖର ଦୁଇ ରାଜ୍ୟ ସୀମାରେ ଅବସ୍ଥିତ।

Share