ବାଂଲାଦେଶର ୪ଟି ଅଞ୍ଚଳରେ ବୋମା ବିସ୍ଫୋରଣ, ୬ଟି ବୋମାକୁ ନିଷ୍କ୍ରୟ କଲା ଟିମ୍‌

ଢାକା,୩୦।୭: ବାଂଲାଦେଶର ୪ଟି ଇଲାକାରେ ବିସ୍ଫୋରଣ ହୋଇଛି। ରାଜଧାନୀ ଢାକା ସହରର ମୁଖ୍ୟ ବଜାର ଅମିନାବଜାର ଏବଂ ସାଭରରେ ୪ଟି ବିସ୍ଫୋରଣ ଘଟିଛି। ଏଥିସହ ଢାକା ପୋଲିସ ୬ଟି ବୋମାକୁ ଉଦ୍ଧାର କରି ନିଷ୍କ୍ରିୟ କରିଛନ୍ତି।

ସୂଚନା ଅନୁଯାୟୀ, ଶନିବାର ରାତି ପ୍ରାୟ ୨ଟା ସମୟରେ ଆମିନା ବଜାରର ପେଟ୍ରୋଲ ପମ୍ପ ସମ୍ମୁଖରେ ବୋମା ବିସ୍ଫୋରଣ ଘଟିଥିଲା। ସୂଚନା ପାଇବା ମାତ୍ରେ ପୋଲିସ ଟିମ ଘଟଣାସ୍ଥଳରେ ପହଞ୍ଚିଥିଲା। ଅଧିକାରୀମାନେ ଘଟଣାସ୍ଥଳରେ ଆହୁରି ୬ଟି ବୋମାକୁ ନିଷ୍କ୍ରିୟ କରିଥିଲେ। ଘଟଣାସ୍ଥଳରେ ଉପସ୍ଥିତ ଥିବା ସାଇଫୁଲ ଇସଲାମ କହିଛନ୍ତି, ଅପରାହ୍ନରେ ପେଟ୍ରୋଲ ପମ୍ପ ସମ୍ମୁଖରେ ଥିବା ତିନି ମହଲା କୋଠା ନିକଟରେ ଏକ ଭ୍ୟାନ ଆସିଥିଲା। ଭ୍ୟାନ ଏଠାରେ ଗୋଟିଏ ସେକେଣ୍ଡ ପର୍ଯ୍ୟନ୍ତ ମଧ୍ୟ ଅଟକି ନ ଥିଲା ଏବଂ ଚଳନ୍ତା ଗାଡିରୁ ସେମାନେ କିଛି ବ୍ୟାଗକୁ ରାସ୍ତା କଡ଼ରେ ଫିଙ୍ଗିଦେଇ ଚାଲିଯାଇଥିଲେ। ଏହାର କିଛି ସମୟ ପରେ ଏଠାରେ ବିସ୍ଫୋରଣ ହୋଇଥିଲା।

Share