ଆଠଗଡ଼ ଡିଏସ୍‌ପିଙ୍କ ପରିବାରର ୪ଜଣଙ୍କୁ କରୋନା

ଆଠଗଡ଼,୨।୭(ସ୍ବ.ପ୍ର.): କଟକ ଜିଲା ଆଠଗଡ଼ ଉପଖଣ୍ଡ ଆରକ୍ଷୀ ଅଧ୍ୟକ୍ଷ(ଡିଏସ୍‌ପି)ଙ୍କ କରୋନା ରିପୋର୍ଟ ପଜିଟିଭ୍‌ ଆସିଥିଲା। ଏବେ ଆଠଗଡ଼ ଉପକଣ୍ଠ ଅଞ୍ଚଳରୁ ଆଉ ୧୭ ପଜିଟିଭ୍‌ ଚିହ୍ନଟ ସୂଚନା ରହିଛି। ସେଥିରେ ଡିଏସ୍‌ପିଙ୍କ ପରିବାରର ୪ ସଦସ୍ୟ, ଜଣେ ପୂର୍ବତନ ବ୍ଲକ ଅଧ୍ୟକ୍ଷ ଅଛନ୍ତି। ତେବେ କଣ୍ଟାକ୍ଟ ଟ୍ରେସିଂ ପରେ ୧୨୫ଜଣଙ୍କ ସ୍ବାବ୍‌ ଟେଷ୍ଟିଂ ପାଇଁ ଯାଇଥିଲା। ସେଥିରୁ ୧୭ଟି ପଜିଟିଭ୍‌ ଆସିଛି। ଏନେଇ ବ୍ରହ୍ମପୁର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଅଧିକାରୀ ଦିଲୀପ କୁମାର ଦାସ ସୂଚନା ଦେଇଛନ୍ତି।
ପୂର୍ବରୁ ସ୍ଥାନୀୟ ଧାଇପୁରର ସ୍ବାମୀସ୍ତ୍ରୀ ଭୁବନେଶ୍ୱରସ୍ଥିତ ବ୍ଲୁ ହୁଇଲ୍‌ ହସ୍ପିଟାଲରେ ଚିକିତ୍ସିତ ହୋଇ ସଂକ୍ରମିତ ହୋଇଥିଲେ। ସେମାନଙ୍କ ସଂସ୍ପର୍ଶରେ ଆସିଥିବା ୭୦ଜଣଙ୍କୁ ଠାବ କରାଯାଇଥିଲା। ସେମାନଙ୍କ ମଧ୍ୟରୁ ୯ଜଣ , ଧୁରୁଷିଆ ଟିଏମ୍‌ସିରୁ ୨ଜଣ, ଖୁଣ୍ଟୁଣୀ ଥାନା ଅଞ୍ଚଳର ୨ଜଣ, ଉପଖଣ୍ଡ ଆରକ୍ଷୀ ଅଧିକ୍ଷକଙ୍କ ପରିବାରୁ ୪ଜଣ ଓ ତାଙ୍କ ସଂସ୍ପର୍ଶରେ ଆସିଥିବା ଆଠଗଡ଼ ବ୍ଲକର ପୂର୍ବତନ ଅଧ୍ୟକ୍ଷଙ୍କ ନମୂନା ପଜିଟିଭ୍‌ ଆସିଛି। ସମସ୍ତଙ୍କୁ ଅଶ୍ୱିନୀ ହସ୍ପିଟାଲରେ ଭର୍ତ୍ତି କରାଯାଇ ଚିକିତ୍ସା କରାଯିବ ବୋଲି ସେ ମଧ୍ୟ କହିଛନ୍ତି।

Share