ଓ୍ବାଶିଂଟନ,୧୧।୭: ଫୋର୍ବସର ଧନୀ ତାଲିକାରେ ଏଥର ସ୍ଥାନ ପାଇଛନ୍ତି ୪ ଭାରତୀୟ ଆମେରିକୀୟ। ଭାରତୀୟ ମୂଳ ବାସିନ୍ଦା ଭାବେ ଆମେରିକାରେ ରହୁଥିବା ଜୟଶ୍ରୀ ଉଲ୍ଲାଲ, ଇନ୍ଦ୍ରା ନୁଇ, ନିରଜା ସେଠି ଓ ନେହା ନରଖେଡେଙ୍କୁ ଫୋର୍ବସ ଆମେରିକାର ୧୦୦ ସବୁଠାରୁ ଧନୀ ସେଲ୍ଫ ମେଡ ମହିଳାଙ୍କ ମଧ୍ୟରେ ସାମିଲ କରିଛି।ଏମାନଙ୍କର ମୋଟ ସମ୍ପତ୍ତି କୋଟି କୋଟି ଡଲାରରେ ଅଛି। ସମସ୍ତ ଚାରିଜଣ ମହିଳା ଆମେରିକାର ୧୦୦ ଟି ସଫଳ ଉଦ୍ୟୋଗୀ, କାର୍ଯ୍ୟନିର୍ବାହୀ ଏବଂ ମନୋରଞ୍ଜନକାରୀଙ୍କ ତାଲିକାରେ ଅନ୍ତର୍ଭୁକ୍ତ ହୋଇଛନ୍ତି।
ଜୟଶ୍ରୀ ଉଲ୍ଲାଲ କମ୍ପ୍ୟୁଟର ନେଟୱାର୍କିଂ ସଂସ୍ଥା ଆରିସ୍ତା ନେଟୱାର୍କର ସଭାପତି ତଥା ସିଇଓ ହୋଇଥିବାବେଳେ ନୀରଜା ସେଠୀ ଆଇଟି କନ୍ସଲ୍ଟିଂ ଏବଂ ଆଉଟସୋର୍ସିଂ ଫାର୍ମ ସିଣ୍ଟେ ଏବଂ କ୍ଲାଉଡ କମ୍ପାନୀ କନଫ୍ଲୁଏଣ୍ଟର ସହ-ପ୍ରତିଷ୍ଠାତା ଅଟନ୍ତି। ନେହା ନାର୍କେଡେ ଏବଂ ପେପସିକୋର ପୂର୍ବତନ ଚେୟାରମ୍ୟାନ ତଥା ସିଇଓ ଇନ୍ଦ୍ର ନୋଇ ଫୋର୍ବସ ଆମେରିକାର ଧନୀ ଆତ୍ମନିର୍ଭରଶୀଳ ମହିଳାଙ୍କ ତାଲିକାରେ ସ୍ଥାନ ପାଇଛନ୍ତି। ଫୋର୍ବସ କହିଛି ଯେ ଏହି ମହିଳାମାନଙ୍କର ସମୁଦାୟ ମୂଲ୍ୟ ହେଉଛି ରେକର୍ଡ ୧୨୪ ବିଲିୟନ ଡ଼ଲାର୍, ଯାହା ଷ୍ଟକ ମାର୍କେଟର ଅଭିବୃଦ୍ଧି ଦ୍ୱାରା କିଛି ମାତ୍ରାରେ ସାହାଯ୍ୟ ହୋଇଛି। ସିସ୍କୋର ୬୨ ବର୍ଷୀୟା ଜୟଶ୍ରୀ ଉଲ୍ଲାଲ ୨.୪ ଅରବ ଡ଼ଲାରର ସମ୍ପତ୍ତି ସହିତ ତାଲିକାରେ ୧୫ତମ ସ୍ଥାନରେ ଅଛନ୍ତି । ସେ କମ୍ପ୍ୟୁଟର ନେଟଓର୍ବାକିଂ କମ୍ପାନୀ ଆରିସ୍ତା ନେଟୱାର୍କରେ ସିଇଓ ଭାବରେ ୨୦୦୮ରେ ଯୋଗ ଦେଇଥିଲେ ଯେତେବେଳେ ଏହାର ବିକ୍ରୟ ନ ଥିଲା। ବର୍ତ୍ତମାନ କମ୍ପାନୀ ୪.୪ ବିଲିୟନ ଡ଼ଲାରର ରାଜସ୍ବ ରେକର୍ଡ କରିଛି।