ଆମେରିକାର ଧନୀ ଆତ୍ମନିର୍ଭଶୀଳ ମହିଳାଙ୍କ ମଧ୍ୟରେ ୪ ଭାରତୀୟ ବଂଶୋଦ୍ଭବ

ନ୍ୟୁୟର୍କ,୧୧।୭: ଆମେରିକାର ଧନୀ ଆତ୍ମନିର୍ଭଶୀଳ ମହିଳାଙ୍କ ମଧ୍ୟରେ ୪ ଭାରତୀୟ ବଂଶୋଦ୍ଭବ ରହିଛନ୍ତି। ଫୋବର୍ସ ପକ୍ଷରୁ ପ୍ରକାଶିତ ୧୦୦ ଆମେରିକୀୟ ସବୁଠୁ ଧନୀ ଆତ୍ମନିର୍ଭଶୀଳ ମହିଳାଙ୍କ ମଧ୍ୟରେ ଭାରତୀୟ-ଆମେରିକୀୟ ଜୟଶ୍ରୀ ଉଲାଲ, ଇନ୍ଦ୍ର ନୁୟି, ନେର୍ଜା ସେଠୀ ଏବଂ ନେହା ନରଖେଡେଙ୍କ ନାମିତ ହୋଇଛନ୍ତି। ସେମାନଙ୍କର ମୋଟ ସମ୍ପତ୍ତି କୋଟି କୋଟି ଡଲାରରେ ଅଛି। ସମସ୍ତ ଚାରିଜଣ ମହିଳା ଆମେରିକାର ସଫଳ ଉଦ୍ୟୋଗୀ, କାର୍ଯ୍ୟନିର୍ବାହୀ ଏବଂ ଏଣ୍ଟରଟେନରଙ୍କ ତାଲିକାରେ ସାମିଲ ହୋଇଛନ୍ତି।
ଜୟଶ୍ରୀ ଉଲାଲ କମ୍ପ୍ୟୁଟର ନେଟୱାର୍କିଂ ସଂସ୍ଥା ଆରିସ୍ତା ନେଟୱାର୍କର ସଭାପତି ତଥା ସିଇଓ ହୋଇଥିବାବେଳେ ନୀରଜା ସେଠୀ ଆଇଟି କନ୍ସଲ୍ଟିଂ ଏବଂ ଆଉଟସୋର୍ସିଂ ଫାର୍ମ ସିଣ୍ଟେ ଏବଂ କ୍ଲାଉଡ କମ୍ପାନୀ କନଫ୍ଲୁଏଣ୍ଟର ସହ-ପ୍ରତିଷ୍ଠାତା ଅଟନ୍ତି। ନେହା ନରଖେଡେ ଏବଂ ପେପସିକୋର ପୂର୍ବତନ ଚେୟାରମ୍ୟାନ ତଥା ସିଇଓ ଇନ୍ଦ୍ରା ନୁୟି ଫୋର୍ବସ ଆମେରିକାର ଧନୀ ଆତ୍ମନିର୍ଭରଶୀଳ ମହିଳାଙ୍କ ତାଲିକାରେ ସ୍ଥାନ ପାଇଛନ୍ତି।
୬୨ ବର୍ଷିୟା ଜୟଶ୍ରୀ ଉଲାଲଙ୍କ ସମ୍ପତ୍ତି ୨.୪ ବିଲିୟନ ଡଲାର ସହିତ ଏହି ତାଲିକାରେ ୧୫ ତମ ସ୍ଥାନରେ ରହିଛି। ସେ କମ୍ପ୍ୟୁଟର ନେଟୱାର୍କିଂ କମ୍ପାନୀ ଆରିସ୍ତା ନେଟୱାର୍କରେ ସିଇଓ ଭାବରେ ୨୦୦୮ରେ ଯୋଗ ଦେଇଥିଲେ। ବର୍ତ୍ତମାନ କମ୍ପାନୀ ୪.୪ ବିଲିୟନ ଡଲାରର ରାଜସ୍ବ ରେକର୍ଡ କରିଛି। ୬୮ ବର୍ଷୀୟ ନୀରଜା ସେଠୀ ୯୯୦ ମିଲିୟନ ଡଲାର ସମ୍ପତ୍ତି ସହିତ ୨୫ ନମ୍ବରରେ ଅଛନ୍ତି। ନେହା ନରଖେଡେ ୫୨୦ ନିୟୁତ ଡଲାରର ସମ୍ପତ୍ତି ସହିତ ଏହି ତାଲିକାରେ ୫୦ ତମ ସ୍ଥାନରେ ରହିଛନ୍ତି। ଇନ୍ଦ୍ରା ନୁୟି ୭୭ତମ ସ୍ଥାନରେ ଅଛନ୍ତି।

Share