ଟୁମକୁର,୧୯।୩: କର୍ନାଟକର ଟୁମକୁର ଜିଲାରେ ଶନିବାର ଏକ ବେସରକାରୀ ଯାତ୍ରୀବାହି ବସ୍ ଓଲଟି ପଡ଼ିଛି। ଏହି ଦୁର୍ଘଟଣାରେ ୮ ଜଣ ମୃତ୍ୟୁ ହୋଇଥିବା ବେଳେ ୨୨ ଜଣ ଆହତ ହୋଇଛନ୍ତି।
ଦୁର୍ଘଟଣା ବେଳେ ବସରେ ୬୦ ଯାତ୍ରୀ ଉପସ୍ଥିତ ଥିଲେ। ଚାଳକ ନିୟନ୍ତ୍ରଣ ହରାଇବାରୁ ଦୁର୍ଘଟଣା ଘଟିଥିବା ପ୍ରାରମ୍ଭିକ ତଦନ୍ତ ପରେ ପୋଲିସ ପକ୍ଷରୁ କୁହାଯାଇଛି। ହସ୍ପିଟାଲରେ ଭର୍ତ୍ତି ହୋଇଥିବା ୨୦ ଆହତଙ୍କ ମଧ୍ୟରୁ ୮ ଜଣଙ୍କ ସ୍ବାସ୍ଥ୍ୟାବସ୍ତା ଗୁରୁତର ଥିବା ଅଧିକାରୀ କହିଛନ୍ତି।