ଷ୍ଟିଲ ମିଲରେ ଭୟଙ୍କର ବିସ୍ଫୋରଣ: ୪ ମୃତ, ୫ ଆହତ

ବେଜିଂ,୨୩।୬: ଉତ୍ତର-ପୂର୍ବ ଚାଇନାର ଏକ ଷ୍ଟିଲ ମିଲରେ ଶୁକ୍ରବାର ଭୟଙ୍କର ବିସ୍ଫୋରଣ ଘଟିଛି। ଏହି ବିସ୍ଫୋରଣରେ ୪ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୫ ଜଣ ଆହତ ହୋଇଛନ୍ତି। ବିସ୍ଫୋରଣ ପରେ ଅଞ୍ଚଳରେ ଭୟର ବାତାବରଣ ଖେଳିଯାଇଛି । ଅନ୍ୟପଟେ, ଆହତଙ୍କୁ ଚିକିତ୍ସା ପାଇଁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।

ମିଲରେ ହୋଇଥିବା ବିସ୍ଫୋରଣ ସମ୍ପର୍କରେ ସୂଚନା ଦେଇ ସହରର ଜରୁରୀକାଳୀନ ପରିଚାଳନା ବ୍ୟୁରୋ କହିଛି ଯେ, ଲିଆଓନିଂ ପ୍ରଦେଶର ୟିଙ୍ଗକୋ ଆଇରନ ଏବଂ ଷ୍ଟିଲ କମ୍ପାନୀ ଲିମିଟେଡଠାରେ ଏକ ବିସ୍ଫୋରଣ ଘଟିଛି। ଯେଉଁଥିପାଇଁ ୪ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ୫ ଜଣ ଆହତ ହୋଇଛନ୍ତି। ସେମାନଙ୍କ ଚିକିତ୍ସା ଚାଲିଛି। ବିସ୍ଫୋରଣର କାରଣ ଯାଞ୍ଚ କରାଯାଉଛି। ତେବେ ପ୍ରାରମ୍ଭିକ ସୂଚନା ଅନୁଯାୟୀ ଉପକରଣ ତ୍ରୁଟି ଯୋଗୁଁ ଏହି ଦୁର୍ଘଟଣା ଘଟିଛି।

Share