ଅବତରଣ ବେଳେ ଯୁଦ୍ଧ ବିମାନ ଦୁର୍ଘଟଣାଗ୍ରସ୍ତ: ୪ ମୃତ

ନୂଆଦିଲ୍ଲୀ,୧୩।୩: କାଜାଖସ୍ତାନର ଆଲ୍‌ମାଟି ବିମାନବନ୍ଦରରେ ଶନିବାର ସେନାବାହିନୀର ଏକ ଯୁଦ୍ଧ ବିମାନ ଅବତରଣ କରୁଥିବା ବେଳେ ଦୁର୍ଘଟଣାଗ୍ରସ୍ତ ହୋଇଛି। ଦୁର୍ଘଟଣାରେ ୪ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୨ଜଣଙ୍କୁ ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି କରାଯାଇଥିବା ସେନା ପକ୍ଷରୁ ସୂଚନା ଦିଆଯାଇଛି। ସୂଚନା ଅନୁଯାୟୀ, ବିମାନଟି କାଜାଖସ୍ତାନର ରାଜଧାନୀ ନୂର-ସୁଲତାନରୁ ଉଡାଣ ଆରମ୍ଭ କରିଥିଲା। ଏହାର କିଛି ସମୟ ପରେ ଆଲମାଟି ବିମାନବନ୍ଦରରେ ବିମାନଟି ଅବତରଣ କରୁଥିବା ବେଳେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ପରେ ବିମାନଟି ଓଲଟି ପଡି ନିଆଁ ଲାଗିଯାଇଥିଲା।

Share