Advertisement
Categories: ଫୁରସତ

୬ ଲକ୍ଷ ଟଙ୍କାରେ ବିକ୍ରି ହେଲା ଏହି ପତ୍ର

ଘର ସଜେଇବା ପାଇଁ ଲୋକେ ଅନେକ ଟଙ୍କା ଖର୍ଚ୍ଚ କରି ଇଣ୍ଡୋର୍‌ ପ୍ଲାଣ୍ଟସ୍‌ ଲଗାନ୍ତି। ନିକଟରେ ନ୍ୟୁଜିଲାଣ୍ଡର ଜଣେ ବ୍ୟକ୍ତି ୬ ଲକ୍ଷ ଟଙ୍କା କରି ଏକ ଦୁର୍ଲଭ ଇଣ୍ଡୋର୍‌ ପ୍ଲାଣ୍ଟସ୍‌ କିଣିଛନ୍ତି। ଏହାର ନାମ ହେଉଛି ଭେରିଗେଟେଡ୍‌ ର଼୍ୟାଫିଡୋଫୋରା ଟେଟ୍ରାସ୍ପର୍ମା। ଏହାଛଡା ଏହାକୁ ଫିଲୋଡେଣ୍ଡ୍ରୋନ୍‌ ମିନିମା ମଧ୍ୟ କୁହାଯାଏ। ଏହି ଇଣ୍ଡୋର ପ୍ଲାଣ୍ଟସ୍‌ରେ ସବୁଜ ଏବଂ ହଳଦିଆ ରଙ୍ଗର ପତ୍ର ରହିଛି। ସାଧାରଣତଃ ମିନିମାକୁ ୧୪ ସେଣ୍ଟିମିଟର୍‌ କଳା କୁଣ୍ଡରେ ଲଗାଯାଇଥାଏ। ଟ୍ରେଡ୍‌ ନାମକ କମ୍ପାନୀ ଏହି ପ୍ଲାଣ୍ଟକୁ ବିକ୍ରି କରୁଛି। ୨୦୧୫ ରେ ପ୍ରଥମେ ଏହାକୁ ଅନ୍‌ଲାଇନ୍‌ରେ ବିକ୍ରି ଆରମ୍ଭ କରାଯାଇଥିଲା। ଅଗଷ୍ଟ ମାସ ଆରମ୍ଭରେ ଏହାର ମୂଲ୍ୟ ସର୍ବାଧିକ ୬.୫୦୦ ଡଲାର ଅର୍ଥାତ୍‌ ୪.୭୭ ଲକ୍ଷ ହୋଇଯାଇଥିଲା। କିନ୍ତୁ ଅଗଷ୍ଟ ମାସ ଶେଷରେ ଏହାର ମୂଲ୍ୟ ୫.୯୮ ଲକ୍ଷ ଟଙ୍କା ହୋଇଯାଇଛି। ଏହି ପ୍ଲାଣ୍ଟ୍‌ ଆମେରିକା, କାନାଡା ଏବଂ ଅଷ୍ଟ୍ରେଲିଆରେ ଦେଖାଯାଏ।

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share