Categories: ଜାତୀୟ

୨ ପିଲାଙ୍କୁ ବିଷ ଦେଇ ଜୀବନ ହାରିଲେ ଦମ୍ପତି

ହାଇଦ୍ରାବାଦ,୨୬।୩: ହାଇଦ୍ରାବାଦ କୁଶାଇଗୁଡ଼ାରେ ଏକ ଅଭାବନୀୟ ଘଟଣା ଘଟିଛି। ଏକ ଆପାର୍ଟମେଣ୍ଟରେ ରହୁଥିବା ଗୋଟିଏ ପରିବାରର ୪ ଜଣ ବିଷ ପିଇ ଆତ୍ମହତ୍ୟା କରିଥିବା ଜଣାପଡିଛି। ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରିଛି। ମୃତକ ହେଲେ ସ୍ବାମୀ ସତୀଶ, ସ୍ତ୍ରୀ ବେଦ ଏବଂ ଦୁଇ ଶିଶୁ ନିଶିକେଥ(୯) ଏବଂ ନିହାଲ (୫)।
ଶୁକ୍ରବାର ରାତିରେ ଏହି ଘଟଣା ଘଟିଥିବାର ପୋଲିସ ସନ୍ଦେହ କରୁଛି। ହେଲେ ଶନିବାର ଅପରାହ୍ନରେ ଘଟଣା ସଂକ୍ରାନ୍ତରେ ଖବର ପାଇଥିବା ପୋଲିସ ପକ୍ଷରୁ କୁହାଯାଇଛି।
ଏନେଇ ପୋଲିସ ଏକ ମାମଲା ରୁଜୁ କରି ଘଟଣାର ଅଧିକ ତଦନ୍ତ ଚଳାଇଛି।
ପୋଲିସର ପ୍ରାଥମିକ ଅନୁସନ୍ଧାନରୁ ଜଣାପଡିଛି, ଉଭୟ ଶିଶୁଙ୍କ ସ୍ବାସ୍ଥ୍ୟ ସମସ୍ୟା ରହିଥିଲା। ଏନେଇ ଦମ୍ପତି ଚିନ୍ତିତ ରହୁଥିଲେ। ଏଥିରେ ଦମ୍ପତି ମାନସିକ ଭାରସାମ୍ୟ ହରାଇ ୨ ଶିଶୁଙ୍କୁ ବିଷ ଦେବା ପରେ ସେମାନେ ମଧ୍ୟ ବିଷ ପିଇ ଆତ୍ମହତ୍ୟା କରିଥିବା ଅନୁମାନ କରୁଛି। ପୋଲିସ ମୃତଦେହ ଜବତ କରି ବ୍ୟବଚ୍ଛେଦ କରାଇଛି।

Share