ପଦ୍ମପୁର,୧୯।୫:(ଡି.ଏନ୍.ଏ.): ଭଦ୍ରକ ଜିଲା ବାସୁଦେବପୁର ବ୍ଳକର ଲକ୍ଷ୍ମୀ ଦାସପୁର ସଂଗରୋଧ କେନ୍ଦ୍ରର ପ୍ରବାସୀ ରହୁଥିଲେ। ତେବେ ପାଚେରି ଡେଇଁ ୪ ଜଣ ଆନ୍ଧ୍ର ଫେରନ୍ତା ଚମ୍ପଟ ମାରିଛନ୍ତି। ଗତ ୧୫ ତାରିଖ ପଢୁଆ ଗ୍ରାମର୪ ଜଣ ଉକ୍ତ କେନ୍ଦ୍ରରେ ରହୁଥିଲେ। ଏ ନେଇ ସରପଞ୍ଚ ବୁଧିରାମ ସେଠୀ ନାୟକାନିଡିହି ଥାନାରେ ୪ ଜଣଙ୍କ ନାମରେ ଏତଲା ଦେଇଛନ୍ତି। ପୋଲିସ ଘଟଣାର ତଦନ୍ତ କରୁଛି।