ରେଖାଙ୍କ ଘର ନିକଟରୁ ଆଉ ୪ କରୋନା ସଂକ୍ରମିତ ଚିହ୍ନଟ

ମୁମ୍ବାଇ,୧୪।୭: ଦୁଇ ଦିନ ପୂର୍ବରୁ ବଲିଉଡ୍‌ ଅଭିନେତ୍ରୀ ରେଖାଙ୍କ ସୁରକ୍ଷାକର୍ମୀ କରୋନାରେ ସଂକ୍ରମିତ ହୋଇଥିବା ଜଣାପଡିଥିଲା। ଏହାପରେ ରେଖାଙ୍କୁ ବିଏମ୍‌ସି ପକ୍ଷରୁ କରୋନା ଟେଷ୍ଟ କରିବାକୁ କୁହାଯାଇଥିଲା। ହେଲେ ସେ ନିଜେ ଏହି ଟେଷ୍ଟ କରି ରିପୋର୍ଟ ପଠାଇ ଦେବେ ବୋଲି କହିଥିଲେ। କିନ୍ତୁ ଆଜି ପର୍ଯ୍ୟନ୍ତ ସେ କରୋନା ଟେଷ୍ଟ କରି ନ ଥିବା ଜଣାପଡିଛି। ଏହାରି ଭିତରେ ମଙ୍ଗଳବାର ସୂଚନା ମିଳିଛି କି ରେଖାଙ୍କ ଘର ନିକଟରୁ ଆଉ ୪ କରୋନା ସଂକ୍ରମିତଙ୍କୁ ଚିହ୍ନଟ କରାଯାଇଛି। ଏମାନେ ସମସ୍ତେ ସୁରକ୍ଷାକର୍ମୀ ବୋଲି ଜଣାପଡିଛି। ଏମାନଙ୍କ ସଂସ୍ପର୍ଶରେ ଆସିଥିବା ଆଉ ୯ ଜଣଙ୍କ ରିପୋର୍ଟ ଆସିବାକୁ ବାକି ରହିଛି। ଏମାନେ ନିୟମିତ ଭାବେ ପରସ୍ପର ସହ ମିଶୁଥିବାରୁ ସଂକ୍ରମିତ ହୋଇଥିବା ହସ୍ପିଟାଲ ପକ୍ଷରୁ ସୂଚନା ଦିଆଯାଇଛି। ରେଖା ଏବେ କ୍ୱାରାଣ୍ଟାଇନରେ ଥିବା କଥା କହୁଥିବା ବେଳେ ସେ କେବେହେଲେ ସଂକ୍ରମିତ ସୁରକ୍ଷା କର୍ମୀଙ୍କ ସଂସ୍ପର୍ଶରେ ସିଧାସଳଖ ଆସି ନ ଥିବା କହିଛନ୍ତି।

Share