ଜୁଲାଇ ୨୨ରେ ଶପଥ ନେବେ ୪ ନବ ନିର୍ବାଚିତ ରାଜ୍ୟସଭା ସଦସ୍ୟ

ଭୁବନେଶ୍ୱର,୧୮ା୭(ବ୍ୟୁରୋ)-ଆସନ୍ତା ୨୨ ତାରିଖରେ ଓଡିଶାରୁ ନବ ନିର୍ବାଚିତ ୪ ଜଣ ରାଜ୍ୟ ସଭା ସଦସ୍ୟ ପାର୍ଲାମେଣ୍ଟର ହାଉସ ଅଫ ଚାମ୍ବରରେ ଶପଥ ଗ୍ରହଣ କରିବେ। ସାମାଜିକ ଦୂରତ୍ୱ ରକ୍ଷା କରି ଏହି ଶପଥ ଗ୍ରହଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ। ନୂତନ ଭାବେ ନିର୍ବାଚିତ ହୋଇଥିବା ସଦସ୍ୟମାନେ ହେଲେ ସୁବାସ ସିଂ, ସୁଜିତ କୁମାର, ମୁଜିବୁଲ୍ଲା ଖାଁ ଏବଂ ମମତା ମହାନ୍ତ। ଏହି ସଦସ୍ୟମାନେ ୨୦୨୦ ମାର୍ଚ୍ଚରେ ବିଜେଡିରୁ ନିଦ୍ୱନ୍ଦ୍ୱରେ ନିର୍ବାଚିତ ହୋଇଥିଲେ।
କରୋନା ସଂକ୍ରମଣ ପାଇଁ ପ୍ରଥମ ଥର ଲାଗି ପାର୍ଲାମେଣ୍ଟ ଅଧିବେଶନ ଆରମ୍ଭ ପୂର୍ବରୁ ଶପଥ ଗ୍ରହଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ। ରାଜ୍ୟ ସଭା ଅଧ୍ୟକ୍ଷ ଭେଙ୍କୟା ନାଇଡୁ ସଦସ୍ୟମାନଙ୍କୁ ଶପଥ ପାଠ କରାଇବେ। ଜଣେ ସଦସ୍ୟ ପାଇଁ ଜଣେ ମାତ୍ର ଅତିଥିଙ୍କୁ ଏହି ଶପଥ ଗ୍ରହଣ କାର୍ଯ୍ୟକ୍ରମରେ ଯୋଗ ଦେବାକୁ ଅନୁମତି ଦିଆଯାଇଛି।

Share