Categories: ଜାତୀୟ

ମୁଖ୍ୟମନ୍ତ୍ରୀଙ୍କ ପୁଅ ବାହାଘର: ସୁରକ୍ଷାରେ ଅବହେଳା ଯୋଗୁ ୪ ପୋଲିସ ନିଲମ୍ବିତ

ଚଣ୍ଡିଗଡ଼,୧୪ ।୧୦: ପଞ୍ଜାବର ନୂଆ ମୁଖ୍ୟମନ୍ତ୍ରୀ ଚରଣଜିତ ସିଂ ଚନ୍ନିଙ୍କ ପୁଅ ବାହାଘର ସରିଛି । ହେଲେ ଏଥିରେ ସୁରକ୍ଷାରେ ଅବହେଳା ଯୋଗୁ ୪ ଜଣ ପୋଲିସଙ୍କୁ ନିଲମ୍ବିତ କରାଯାଇଥିବା ଜଣାପଡିଛି । ବାହାଘର ପୂର୍ବରୁ ମହିଳା ସଙ୍ଗିତ କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା । ଏକ ନାମୀ ମ୍ୟାରେଜ ପ୍ୟାଲେସର ଆୟୋଜନ କରାଯାଇଥିବା ଏହି ପାର୍ଟିର ସୁରକ୍ଷା ଦାୟିତ୍ୱ ଜିଲା ପୋଲିସକୁ ଦିଆଯାଇଥିଲା । ମ୍ୟାରେଜ ପ୍ୟାଲେସର ଭିତରର ସୁରକ୍ଷା ଦାୟିତ୍ୱ ସିଆଇଏ ଷ୍ଟାଫଙ୍କର ଥିଲା । ସିଆଇଏ ଇନିସପେକ୍ଟର ସୁଖବୀର ସିଂଙ୍କ ଡ୍ୟୁଟି କିନ୍ତୁ ଗେଟ ନିକଟରେ ଥିବା ବେଳେ ତାଙ୍କର ଦେଖାରଖା ପାଇଁ ଆଉ ୨ ଜଣ ହାବିଲଦାର ଥିଲେ । ହେଲେ ଏମାନେ ଗେଟ ଛାଡି ମ୍ୟାରେଜ ହଲ ଭିତରକୁ ଚାଲିଯାଇଥିବା ଜଣାପଡିବା ପରେ ଏବେ ଏହାର ଯାଞ୍ଚ କରାଯାଉଛି । କୁହାଯାଉଛି କି ଏମାନେ ଡ୍ୟୁଟିରେ ଅବହେଳା କରିଥିବାରୁ ଏମାନଙ୍କୁ ନିଲମ୍ବନ କରାଯାଇ ଘଟଣାର ଯାଞ୍ଚ କରାଯାଉଛି । କୁହାଯାଉଛିକି ଏମାନେ ନିଶାସକ୍ତ ଅବସ୍ଥାରେ ମ୍ୟାରେଜ ପ୍ୟାଲେସ ଭିତରକୁ ଚାଲି ଯାଇଥିଲେ । ତେଣୁ ନିଶା ସେବନ ଓ ଡ୍ୟୁଟିରେ ଅବହେଳା ପାଇଁ ଏମାନଙ୍କୁ ନିଲମ୍ବିତ କରାଯାଇଥିବା ଜଣାପଡିଛି ।

Share