ରାଜଧାନୀର ୪ ବ୍ୟକ୍ତି କରୋନାର ନୂଆ ଷ୍ଟ୍ରେନରେ ପୀଡ଼ିତ

ନୂଆଦିଲ୍ଲୀ,୩୧ ।୧୨: କରୋନା ଭାଇରସ ସଂକ୍ରମଣ କମି କମି ଆସୁଥିବା ବେଳେ ଏବେ ବିଶ୍ୱ ପାଇଁ ଚିନ୍ତାର କାରଣ ପାଲଟିଛି କରୋନାର ନୂଆ ଷ୍ଟ୍ରେନ୍ । ପ୍ରଥମେ ଏହା ବ୍ରିଟେନରେ ଦେଖା ଦେଇଥିବା ବେଳେ ଧିରେ ଧିରେ ଏହା ଆହୁରି କିଛି ଦେଶକୁ ବ୍ୟାପିବାରେ ଲାଗିଲାଣି । ଦେଶରେ କରୋନାର ନୂଆ ଷ୍ଟ୍ରେନ୍ ପହଞ୍ଚିସାରିଥିବା ବେଳେ ରାଜଧାନୀ ଦିଲ୍ଲୀରେ ପୀଡ଼ିତ ଥିବା ୪ ଜଣ ବ୍ୟକ୍ତିଙ୍କୁ ଚିହ୍ନଟ କରାଯାଇଥିବା ସୂଚନା ଦେଇଛନ୍ତି ଦିଲ୍ଲୀ ସ୍ୱାସ୍ଥ୍ୟମନ୍ତ୍ରୀ ସତ୍ୟେନ୍ଦ୍ର ଜୈନ । ଗୁରୁବାର ସେ କହିଛନ୍ତି ଦିଲ୍ଲୀକୁ ଆସିଥିବା ୪ ବିଦେଶ ଫେରନ୍ତା ବ୍ୟକ୍ତିଙ୍କ ନିକଟରେ କରୋନା ନୂଆ ଷ୍ଟ୍ରେନ୍‌୍ ଥିବା ଜଣାପଡିଛି । ଏବେ ଏମାନଙ୍କ ଚିକିତ୍ସା ଆରମ୍ଭ କରାଯାଇଥିବା ବେଳେ ଆଗରୁ ବିଦେଶରୁ ଦେଶକୁ ଫେରିଥିବା ଲୋକଙ୍କୁ ଖୋଜା ଚାଲିଛି । ତେବେ ସ୍ଥିତି ନିୟନ୍ତ୍ରଣରେ ଥିବାରୁ ଲୋକେ ଭୟଭୀତ ନ ହେବାକୁ ସେ କହିଛନ୍ତି । ସୂଚନାଯୋଗ୍ୟ, ବ୍ରିଟେନରେ ପ୍ରଥମ କରି କରୋନାର ନୂଆ ଷ୍ଟ୍ରେନ୍ ଦେଖାଦେବା ପରେ ଏବେ ଭାରତ ସମେତ କିଛି ଦେଶ ବ୍ରିଟେନକୁ ବିମାନ ସେବା ବନ୍ଦ କରି ଦେଇଛନ୍ତି । ଯାହା ଫଳରେ ସଂକ୍ରମଣକୁ ଅନେକାଂଶରେ ରୋକାଯାଇ ପାରିବ ବୋଲି କୁହାଯାଉଛି ।

Share