ଦୁଇ କୋଟି ଟଙ୍କା ପାଇଁ ୪ ଜଣଙ୍କୁ ମୁଣ୍ଡ ଜାମିନ ଘଟଣା: ଗଞ୍ଜେଇ ଗଛ ଜବତ ମାମଲାରେ ମହିଳା ଗଲେ ଜେଲ୍‌ ,ସ୍ବାମୀ ଫେରାର

ଦିଗପହଣ୍ଡି/ଚିକିଟି,୨୯।୧(ଅଶେଷ ନାଥ ମିଶ୍ର/ପ୍ରକାଶ ଚନ୍ଦ୍ର ସାହୁ): ଦୁଇ କୋଟି ଟଙ୍କା ଦାବି କରି ୪ ଜଣଙ୍କୁ ଅପହରଣ ଓ ମୁଣ୍ଡ ଜାମିନ ଘଟଣାରେ ଗଞ୍ଜାମ ଜିଲା କେ.ନୂଆଗାଁ ଥାନାରେ ଅଟକ ରଖାଯାଇଥିବା ଜଣେ ଅଭିଯୁକ୍ତଙ୍କୁ ପୋଲିସ ଗିରଫ କରି ମଙ୍ଗଳବାର ପାତ୍ରପୁର କୋର୍ଟକୁ ଚାଲାଣ କରିଛଛି।ସେ ହେଲେ କେ.ନୂଆଗାଁ ଥାନା ଭୋଳାସିଙ୍ଗି ଗ୍ରାମର ପୃଥ୍ବୀରାଜ ସାହୁ। ଥାନା ମାମଲା ନଂ.୪୧/୨୫ ଅନୁଯାୟୀ ଜାମିନ ଆବେଦନ ଖାରଜ ହେବାରୁ ଅଭିଯୁକ୍ତଙ୍କୁ ବ୍ରହ୍ମପୁର ଜେଲ ହାଜତକୁ ପଠାଇ ଦିଆଯାଇଛି। ପରବର୍ତ୍ତୀ ଅବସ୍ଥାରେ ଜେଲରେ ତାଙ୍କ ଟି.ଆଇ ପରେଡ଼ କରାଯିବ ବୋଲି ତଦନ୍ତକାରୀ ଅଧିକାରୀ ଏସ.ଆଇ ରଞ୍ଜିତ ମହାପାତ୍ର କହିଛନ୍ତି। ସେହିଭଳି ୩ ଅପହୃତଙ୍କୁ ଚିକିଟି ଗଡ ଗ୍ରାମ ଖୁଆଡ଼ସାହିସ୍ଥିତ ଏକ ଘର ବାରି ପଟେ ଥିବା ଏକ ପରିତ୍ୟକ୍ତ କୁଡିଆରୁ ପୋଲିସ ଉଦ୍ଧାର କରିଥିଲା। କୁଡିଆ ସଂଲଗ୍ନ ପ୍ରାୟ ୧ ଏକର ଜମିରେ କଟା ଯାଇଥିବା ଗଞ୍ଜେଇ ଗଛ ଗୁଡ଼ିକୁ ପୋଲିସ ଟିମ୍‌ ଜବତ କରିଥିଲେ। ଏ ନେଇ ଆଇଆଇସି କିଶୋର କୁମାର ସାମଲଙ୍କ ଏତଲା କ୍ରମେ ଥାନା ମାମଲା ନଂ.୪୨/୨୫ ଅନୁଯାୟୀ ମକଦ୍ଦମା ରୁଜୁ କରାଯାଇଥିଲା। ଅପହରଣ ଘଟଣାର ମାଷ୍ଟର ମାଇଣ୍ଡ ନୂତନ ପାତ୍ର ଫେରାର ଥିବାବେଳେ ତାଙ୍କ ସ୍ତ୍ରୀ ସୁନୀତା ବେହେରାଙ୍କୁ ଗଞ୍ଜେଇ ଗଛ ଜବତ ମାମଲାରେ ସମ୍ପୃକ୍ତ ଥିବା ଦର୍ଶାଇ ପୋଲିସ ସୋମବାର ବିଳମ୍ବିତ ସାରେ ବ୍ରହ୍ମପୁର ଜିଲା ଦୌରା ଜଜ କୋର୍ଟକୁ ଚାଲାଣ କରିଥିଲେ। ଜାମିନ ନାମଞ୍ଜୁର ହେବାରୁ ତାଙ୍କୁ ବ୍ରହ୍ମପୁର ଜେଲ ହାଜତକୁ ପଠାଇ ଦିଆଯାଇଥିବା ଆଇଆଇସି କହିଛନ୍ତି,ଗତ ରବିବାର ସକାଳେ ହାତଗୋଡ଼ ବାନ୍ଧି ମୁଣ୍ଡ ଜାମିନ ରଖାଯାଇଥିବା ଏକ ଘରୋଇ ଫାଇନାନ୍ସ ସଂସ୍ଥାର ଏଜେଣ୍ଟ ବିହାରର ରବୀନ୍ଦ୍ର କୁମାର, କଟକ ଜିଲା ଗୋବିନ୍ଦପୁର ଗ୍ରାମର ବ୍ରହ୍ମାନନ୍ଦ ପାତ୍ର, କଟକ ତୁଳସୀପୁର ମଠ ସାହିର ଅହମ୍ମଦ ଖାନ, ଭୁବନେଶ୍ୱର ପହାଳ ଥାନା ଗଡ ନହରକଣ୍ଟା ଗ୍ରାମର ଅମରଜିତ୍ ସାମନ୍ତସିଂହାର ପ୍ରମୁଖ ୪ ଜଣଙ୍କୁ ପୋଲିସ ଉଦ୍ଧାର କରିଥିଲେ। ଏନେଇ ଏତଲା କ୍ରମେ ପୋଲିସ ମକଦ୍ଦମା ରୁଜୁ କରିଥିଲେ। ଅଭିଯୁକ୍ତ ପୃଥ୍ବୀରାଜ ଏବଂ ତାଙ୍କ ସହଯୋଗୀ ମାନେ ରବୀନ୍ଦ୍ରଙ୍କୁ ଏକ ବ୍ୟବସାୟିକ ସଂସ୍ଥା ପାଇଁ ଋଣ ଆବଶ୍ୟକ ଥିବା ବାହାନାରେ ବ୍ରହ୍ମପୁର ଡ଼କାଇଥିଲେ। ଗତ ଗୁରୁବାର ରବୀନ୍ଦ୍ର ଏବଂ ପୋଲିସ ଉଦ୍ଧାର କରିଥିବା ୩ ଯୁବକ ବ୍ରହ୍ମପୁରରେ ପହଞ୍ଚିଥିଲେ। ସେମାନଙ୍କୁ କୌଶଳକ୍ରମେ ଅପହରଣ କରାଯିବା ପରେ ନିସ୍ତୁକ ମାଡ଼ ମାରି ୨ କୋଟି ଟଙ୍କା ମାଗିଥିଲେ। ଟଙ୍କା ନଦେଲେ ଜୀବନରେ ମାରିଦେବାକୁ ଧମକ ଦେଇଥିଲେ। ଏହି ଘଟଣାରେ ଚିକିଟି ଏବଂ ବ୍ରହ୍ମପୁର ଅଞ୍ଚଳର ୫ରୁ ଊଦ୍ଧର୍‌ବ ପେଶାଦାର ଅପରାଧି ସମ୍ପୃକ୍ତ ଥିବା ପୋଲିସର ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି। ଅପହୃତ ୪ ଜଣଙ୍କ ମଧ୍ୟରୁ ଅମରଜିତ୍‌ ରବିବାର ଭୋର ପ୍ରାୟ ୪ ଟାରେ କୌଶଳ କ୍ରମେ ଖସି ଆସି ନିକଟରେ ଥିବା ଚିକିଟି ତହସିଲ ଅଫିସ ଗ୍ରୀଲ ଡେଇଁ ତହସିଲଦାରଙ୍କ କ୍ୱାର୍ଟର ଭିତରେ ପଶି ଆମକୁ ରକ୍ଷାକର ସେମାନେ ଆମକୁ ମାରି ଦେବେ ବୋଲି ଚିତ୍କାର କରିଥିଲେ। ତହସିଲଦାର ବଶ୍ୱରଞ୍ଜନ କଂଅର ବାହାରକୁ ଆସି ଦେଖିବା ବେଳକୁ ଅମରଜିତ୍‌ ବାରମ୍ବାର ଚେତା ହରାଇ ବସୁଥିଲେ। ପରେ ତହସିଲଦାର କେ.ନୂଆଗାଁ ଥାନା ଆଇଆଇସି କିଶୋର କୁମାର ସାମଲ ଏବଂ ଚିକିଟି ଏସଡିପିଓ ବିଶ୍ୱାମିତ୍ର ହରପାଲଙ୍କୁ ଫୋନ ଯୋଗେ ଜଣାଇଥିଲେ। ପୋଲିସ ଟିମ୍‌ ସେଠାରେ ପହଞ୍ଚି ଅମରଜିତ୍‌ଙ୍କ ସୂଚନା କ୍ରମେ ଉକ୍ତ ପରିତ୍ୟକ୍ତ କୁଡିଆରେ ଚଢାଉ କରିବା ସହ ଗୋଡ଼ ହାତ ବନ୍ଧା ଅବସ୍ଥାରେ ୩ ଜଣଙ୍କୁ ଉଦ୍ଧାର କରିବା ସହ ଗଞ୍ଜେଇ ଗଛ ସବୁ କଟାଯାଇ ଗଦା ହୋଇଥିବା ଦେଖିଥିଲେ। ଅବକାରୀ ଟିମ୍‌କୁ ଖବର ଦେବାପରେ ରେଞ୍ଜ ଇନ୍ସପେକ୍ଟର ସଞ୍ଜୟ କୁମାର ପଣ୍ଡା ସଦଳବଳେ ପହଞ୍ଚି ସେଗୁଡିକୁ ନଷ୍ଟ କରିଥିଲେ। ଅପହରଣରେ ସମ୍ପୃକ୍ତ ଥିବା ଅଭିଯୁକ୍ତମାନଙ୍କୁ ଗିରଫ ପାଇଁ ପୋଲିସ ୪ଟି ସ୍ବତନ୍ତ୍ର ସ୍କୁଆର୍ଡ ଗଠନ କରି ବିଭିନ୍ନ ସନ୍ଦିଗ୍ଧ ଅଞ୍ଚଳରେ ଚଢାଉ ଜାରି ରଖିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଜୀରାନଦୀରେ ହେବ ଆନ୍ତଃନଦୀ ଜଳାଶୟ

ବରଗଡ଼,୭।୪(ପ୍ରେମାନନ୍ଦ ଖମାରୀ): ବରଗଡ଼ ସହର ଉପକଣ୍ଠରେ ପ୍ରବାହିତ ଜୀରାନଦୀରେ ଆନିକଟ୍‌ ତଥା ଆନ୍ତଃନଦୀ ଜଳାଶୟ ହେବ। ଏଥିପାଇଁ ପ୍ରକ୍ରିୟା ଆରମ୍ଭ ହୋଇଯାଇଛି। ସୋମବାର ରାଜ୍ୟ ସରକାରଙ୍କ...

ଜିଲାସ୍ତରୀୟ ସ୍କାଉଟ୍ସ-ଗାଇଡସ କ୍ୟାମ୍ପୋରି ଉଦଘାଟିତ: ୧୨ଟି ବ୍ଲକର ୫୨୧ ଛାତ୍ରୀଛାତ୍ରଙ୍କ ଯୋଗଦାନ

ବରଗଡ଼, ୭।୪(ପ୍ରେମାନନ୍ଦ ଖମାରୀ):ବରଗଡ଼ ଜିଲାସ୍ତରୀୟ ସ୍କାଉଟ୍ସ ଏବଂ ଗାଇଡସ କ୍ୟାମ୍ପୋରିରି ସୋମବାର ଭଟଲି ସରକାରୀ ଉଚ୍ଚ ବିଦ୍ୟାଳୟ ଖେଳପଡିଆରେ ଉଦଘାଟିତ ହୋଇଯାଇଛି । ବରଗଡ଼ ଜିଲା...

ଜନ ଅଭିଯୋଗ ଶୁଣାଣି ଶିବିର: ୫୯ ଅଭିଯୋଗ ପଞ୍ଜୀକୃତ

ବରଗଡ଼, ୭।୪(ପ୍ରେମାନନ୍ଦ ଖମାରୀ)- ବରଗଡ଼ ଜିଲା ଭଟଲି ପଞ୍ଚାୟତ ସମିତି କାର୍ଯ୍ୟାଳୟ ପରିସରରେ ସୋମବାର ମିଳିତ ଜନ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି। ଶିବିରରେ...

ସି.ଏମ୍‌ ଟ୍ରଫି ଫୁଟବଲ ପ୍ରତିଯୋଗିତା ଉଦ୍‌ଘାଟନୀ ମ୍ୟାଚରେ ୟୁନାଇଟେଡ ସ୍ପୋର୍ଟସ କ୍ଲବ ବିଜୟୀ

ବରଗଡ଼,୭।୪(ପ୍ରେମାନନ୍ଦ ଖମାରୀ) – ଓଡ଼ିଶା ସରକାରଙ୍କ କ୍ରୀଡ଼ା, ଯୁବ ବ୍ୟାପାର ବିଭାଗ ଓ ଫୁଟବଲ ଆସୋସିଏଶନ ଅଫ୍‌ ଓଡ଼ିଶାର ମିଳିତ ଆନୁକୁଲ୍ୟରେ ବରଗଡ଼ ଲେଙ୍ଗୁ ମିଶ୍ର...

ମହିଳାଙ୍କଠାରୁ ଝାମ୍ପିନେଲେ ସୁନାଚେନ

ଗୋପାଳପୁର,୭ା୪(ନବୀନ ରାଜ ଆଚାରୀ): ଗୋପାଳପୁର ଥାନା ଅଞ୍ଚଳରେ ଲୁଟ, ଚୋରି ଓ ଅସାମାଜିକ କାର୍ଯ୍ୟକଳାପ ବଢ଼ିବାରେ ଲାଗିଛି। ବେଳାଭୂମିରେ ପ୍ରାତଃ ଭ୍ରମଣ ସମୟରେ ମହିଳାଙ୍କ ଠାରୁ...

ବିଭିନ୍ନ ପ୍ରକଳ୍ପ ଉଦଘାଟନ କଲେ ବିଧାୟକ ସିଦ୍ଧାନ୍ତ ମହାପାତ୍ର: ଦେଖିବାକୁ ଲୋକଙ୍କ ଭିଡ଼

ଦିଗପହଣ୍ଡି,୭।୪(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ବିଧାୟକ ସିଦ୍ଧାନ୍ତ ମହାପାତ୍ର ରାୟ ସରକାରଙ୍କ ପ୍ରଦତ୍ତ ଅନୁଦାନରେ ନିର୍ମିତ ବିଭିନ୍ନ ପ୍ରକଳ୍ପର ଶୁଭ ଉଦଘାଟନ କରିବା ସହ ଆଧ୍ୟାତ୍ମିକ...

୨ବର୍ଷ ୧୦ ମାସର ଶିଶୁ ଇଣ୍ଡିଆ ବୁକ ଅଫ୍‌ ରେକଡର୍‌ସର ଅଧିକାରୀ

ନୂଆପଡ଼ା,୭ା୪(ମକାରୁ ବେମାଲ)- ମାତ୍ର ୨ ବର୍ଷ ୧୦ ମାସର ଶିଶୁ ଇଣ୍ଡିଆ ବୁକ ଅଫ୍‌ ରେକଡର୍‌ସର ଅଧିକାରୀ ହୋଇପାରିଛନ୍ତି। ସେ ହେଲେ ନୂଆପଡ଼ା ଜିଲା ସିନାପାଲି...

ମାନବାଧିକାର, କଏଦୀଙ୍କ ସୁରକ୍ଷା ପାଇଁ ଓଡ଼ିଶାରେ କାର୍ଯ୍ୟ କରିବ ‘ଜେଲ୍ ପଞ୍ଚାୟତ’

ଭୁବନେଶ୍ୱର, ୭।୪: ‘ଜେଲ୍ ପଞ୍ଚାୟତ’ର ନବନିର୍ବାଚିତ ପ୍ରତିନିଧିମାନେ କଏଦୀଙ୍କ ସୁରକ୍ଷା ସହିତ ମାନବାଧିକାର ସୁରକ୍ଷା ପାଇଁ କାର୍ଯ୍ୟ କରିବେ। କିଛି ଦିନ ପୂର୍ବରୁ ରାଜ୍ୟର ବିଭିନ୍ନ ସଂଶୋଧନ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image