୨ ଅଧିକାରୀଙ୍କ ସମେତ ୬ ଜଣଙ୍କୁ ଏସ୍‌ଆଇଟିର ଜେରା

ଭୁବନେଶ୍ୱର,୧।୧୨(ବ୍ୟୁରୋ): ଜେଲ ଯାଇଥିବା ଆଇଏଫଏସ୍‌ ଅଫିସର ଅଭୟକାନ୍ତ ପାଠକଙ୍କ ଆୟବହିର୍ଭୂତ ସମ୍ପତ୍ତିର ଖୋଳତାଡ଼ ପାଇଁ ଭିଜିଲାନ୍ସ ଦ୍ୱାରା ଗଠିତ ସ୍ପେଶାଲ ଇନଭେଷ୍ଟିଗେଶନ ଟିମ୍‌ (ଏସ୍‌ଆଇଟି) ସୋମବାର ୨ଜଣ ସରକାରୀ ଅଧିକାରୀଙ୍କ ସମେତ ୬ ଜଣଙ୍କୁ ଗୋପନୀୟ ସ୍ଥାନରେ ଜେରା କରିଛି। ତେବେ ଅଭୟକାନ୍ତଙ୍କ ବେଆଇନ ସମ୍ପତ୍ତି ଠୁଳ କରିବାରେ ସେମାନେ ସହଯୋଗ କରିଥିବା ନେଇ ଏସ୍‌ଆଇଟି ଜାଣିବାକୁ ପାଇଛି। ଏନେଇ ଆବଶ୍ୟକ ତଥ୍ୟ ପ୍ରମାଣ ସଂଗ୍ରହ କରାଯାଉଛି। ଖୁବ୍‌ଶିଘ୍ର ସଂପୃକ୍ତ ଅନ୍ୟମାନଙ୍କୁ ପଚରାଉଚରା କରାଯିବ ଓ ଦୃଢ଼ ପ୍ରମାଣ ମିଳିଲେ ଗିରଫ କରାଯିବ ବୋଲି ସୂଚନା ମିଳିଛି। ଅନ୍ୟପକ୍ଷରେ ଏହି ମାମଲାରେ ଛନ୍ଦି ହୋଇ ପଡ଼ିଥିବା ପୂର୍ବତନ ଶିକ୍ଷା ମନ୍ତ୍ରୀ ପ୍ରଦୀପ ପାଣିଗ୍ରାହୀ ସମସ୍ତ ତଦନ୍ତରେ ପୂର୍ଣ୍ଣ ସହଯୋଗ କରିବେ ବୋଲି କହିଛନ୍ତି।

Share