ପାଟଣା,୮।୨(ସ୍ବ.ପ୍ର.): କେନ୍ଦୁଝର ଜିଲା ପାଟଣା ଥାନା ମୁଖ୍ୟାଳୟସ୍ଥିତ ପାଟଣା ମୁଖ୍ୟ ବଜାରର ଅଜୟ କୁମାର ପରିଡାଙ୍କ ‘ପ୍ରମିଳା ଜୁଏଲାରୀ’ ଦୋକାନରୁ ଗତ ଜାନୁୟାରୀ ୧୫ ରେ ଲକ୍ଷାଧିକ ମୂଲ୍ୟର ସୁନା ଓ ରୁପା ଗହଣା ଚୋରି ହୋଇଥିଲା। ଏହି ଘଟଣାରେ ପାଟଣା ପୋଲିସ ସୋମବାର ୪ ଜଣଙ୍କୁ ଗିରଫକରି କୋର୍ଟ ଚାଲାଣ କରିଛି। ଗିରଫ ଅଭିଯୁକ୍ତମାନେ ହେଲେ ଗଞ୍ଜାମ ଜିଲା ପୁରୁଷୋତମପୁର ଥାନା ପୁଟିଆପଦର ଗ୍ରାମର ମୁନା ଜେନା(୩୧) କେନ୍ଦୁଝର ଜିଲା ଚମ୍ପୁଆ ଥାନା ରାମଲା ଗାଁର ଶ୍ରୀକାନ୍ତ ସାହୁ( ୩୬), ଟାଉନ ଥାନା ଡିମ୍ବ ଗ୍ରାମର ଦୁଇ ଭାଇ ଅକ୍ଷୟ କୁମାର ପାତ୍ର(୩୪) ଓ ଚିତ୍ତରଞ୍ଚନ ପାତ୍ର (୨୮)। ଏମାନଙ୍କ ନିକଟରୁ ୭ କେଜି ରୁପା ଖଣ୍ଡ, ୨୮ ଗ୍ରାମ ସୁନା ଅଳଙ୍କାର ସମେତ ଏକ କାର ଓ ୪ଟି ମୋବାଇଲ ଫୋନ ଜବତ ହୋଇଛି। ଏ ନେଇ ପାଟଣା ଥାନାରେ ପୋଲିସ କେସ୍ ନଂ. ୧୦/୨୧ ରେ ଏକ ମାମଲା ରୁଜୁକରି ଅଭିଯୁକ୍ତଙ୍କୁ କୋର୍ଟଚାଲାଣ କରିଛି।
Posted inଅପରାଧ, ଆମ ଜିଲା ଖବର, କେନ୍ଦୁଝର