ନେତନ୍ୟାହୁଙ୍କ ବିଜୟ ପରେ ୪ଟି ରକେଟ ଆକ୍ରମଣ କଲା ଗାଜା ପଟ୍ଟି

ତେଲ ଅଭିବ,୪ ।୧୧: ବେନଜାମିନ ନେତନ୍ୟାହୁ ଇସ୍ରାଏଲର ସାଧାରଣ ନିର୍ବାଚନରେ ବିଜୟ ଲାଭ କରିବା ପରେ ଏହାର କିଛି ସମୟ ମଧ୍ୟରେ ଗାଜା ପଟ୍ଟି ପକ୍ଷରୁ ଇସ୍ରାଏଲ ସହର ଉପରେ ୪ଟି ରକେଟରେ ଆକ୍ରମଣ କରଯାଇଛି । ଏଥିମଧ୍ୟରୁ ଗୋଟିଏକୁ ଆୟରମ ଡୋମ ବାୟୁ ରକ୍ଷା ପ୍ରଣାଳୀ ଦ୍ୱାରା ଅଟକାଇ ଦିଆଯାଇଛି । ଦ ଟାଇମ୍ସ ଅଫ ଇଣ୍ଡିଆର ରିପୋର୍ଟ ଅନୁଯାୟୀ, ଆରମ୍ଭରୁ ଇସ୍ରାଏଲ ସୁରକ୍ଷାକର୍ମୀ କହିଥିଲେ, ଆୟରମ ଡୋମ ବାୟୁ ରକ୍ଷା ପ୍ରଣାଳୀ କଥା ସ୍ପଷ୍ଟ ଜଣା ନ ଥିଲା ହେଲେ ପରେ ଏହା ଜଣାପଡିଥିଲା ।

ସୂଚନାଯୋଗ୍ୟ, ଗୁରୁବାର ରାତି ୯ଟା ପରେ ରକେଟ ଆୟରନ ଗାଜା ସୀମା ନିକଟରେ ଇସ୍ରାଏଲ ସହର କିସୁଫିମ, ଏନ ହାଶଲୋଶା ଓ ନିରିମକୁ ସତର୍କ କରିଦେଇଥିଲା, କାରଣ ଗାଜା ପଟତଟିରୁ ଗୋଟିଏ ରକେଟ ଲଞ୍ଚ କରାଯାଇଥିଲା । ଦ ଟାଇମ୍ସ ଅଫ ଇଣ୍ଡିଆର ରିପୋର୍ଟ ଅନୁଯାୟୀ, ରକେଟ ଆକ୍ରମଣ ପରେ ଏବେ ପର୍ଯ୍ୟନ୍ତ କେହି ହତାହତ ହୋଇ ନ ଥିବା ଜଣାପଡିଛି । ସେନାର ସୂଚନା ଅନୁଯାୟୀ, ପ୍ରାୟ ୧ ଘଣ୍ଟା ପରେ ଅର୍ଥାତ୍ ରାତି ପ୍ରାୟ ୧୦ଟାରେ ଦକ୍ଷିଣ ଇସାଏଲରେ ଗାଜା ପକ୍ଷରୁ ୩ଟଇ ରକେଟ ଆକ୍ରମଣ କରାଯାଇଥିଲା, ହେଲେ ଏହା ଲକ୍ଷ୍ୟ ସ୍ଥଳରେ ପହଞ୍ଚିବା ପୂର୍ବରୁ ଗାଜା ପଟ୍ଟିରେ ହିଁ ଖସିପଡିଥିଲା ।

Share