Categories: ଖେଳ

ଶ୍ରୀଲଙ୍କାକୁ ବଡ଼ ଝଟ୍‌କା: ୪ ଖେଳାଳିଙ୍କୁ କରୋନା

ଗାଲେ,୭ା୭: ଅଷ୍ଟ୍ରେଲିଆ ବିପକ୍ଷରେ ଶୁକ୍ରବାର ଖେଳାଯିବାକୁ ଥିବା ଗାଲେ ଦ୍ୱିତୀୟ ଟେଷ୍ଟ ପୂର୍ବରୁ ଶ୍ରୀଲଙ୍କା ଦଳକୁ ଏକ ବଡ଼ ଝଟ୍‌କା ଲାଗିଛି। ଦଳର ୪ଜଣ ଖେଳାଳି କରୋନାରେ ଆକ୍ରାନ୍ତ ହୋଇଥିବା ଜଣାପଡିଛି। ବୁଧବାର ହୋଇଥିବା ଖେଳାଳିଙ୍କ କୋଭିଡ୍‌ ପରୀକ୍ଷାରେ ୩ ଜଣଙ୍କ ରିପୋର୍ଟ ପଜିଟିଭ୍‌ ଆସିଛି। ଲେଗ୍‌ ସ୍ପିନର ଜେଫେରୀ ଭାଣ୍ଡରସେ, ଦ୍ରୁତ ବୋଲର ଆସିଥା ଫର୍ନାଣ୍ଡୋ, ଅଲରାଉଣ୍ଡର ଧନଞ୍ଜୟ ଡି.ସିଲ୍‌ଭା କରୋନା ଆକ୍ରାନ୍ତ ଯୋଗୁ ବର୍ତ୍ତମାନ ଆଇସୋଲେସନରେ ରହିଛନ୍ତି। ଏହାପୂର୍ବରୁ ଦଳର ବାମହତୀ ସ୍ପିନର ପ୍ରବୀଣ ଜୟଓ୍ବିକ୍ରମା ମଧ୍ୟ କରୋନାରେ ଆକ୍ରାନ୍ତ ହୋଇଥିଲେ। ଏହି ଖେଳାଳିଙ୍କ ମଧ୍ୟରୁ ଜେଫେରି ଭାଣ୍ଡରସେ ପ୍ରଥମ ଟେଷ୍ଟରେ ପଦାର୍ପଣ କରିଥିଲେ।
କରୋନା ଆକ୍ରାନ୍ତ ଖେଳାଳିଙ୍କ ବଦଳାରେ ୪ ଜଣ ସ୍ପିନରଙ୍କୁ ଦଳରେ ସାମିଲ କରାଯାଇଛି। ପ୍ରଭାତ ଜୟସୁରିୟା, ମହୀଶ ତୀକ୍ଷଣା, ଲକ୍ଷଣ ସନ୍ଦକନ ଏବଂ ଦୁନିଥ ଓ୍ବେଲାଲାଗେଙ୍କୁ ଦଳ ସୁଯୋଗ ଦେଇଛି।

Share