Categories: ଜାତୀୟ

ସବଜି ମଣ୍ଡି ଅଞ୍ଚଳରେ ଭାଙ୍ଗିଲା ଚାରି ମହଲା କୋଠା: ଅନେକେ ପୋତିହୋଇ ପଡିଥିବା ଆଶଙ୍କା

ନୂଆଦିଲ୍ଲୀ,୧୩ ।୯: ରାଜଧାନୀ ଦିଲ୍ଲୀର ସବଜି ମଣ୍ଡି ଅଞ୍ଚଳରେ ସୋମବାର ଏକ ୪ ମହାଲା କୋଠା ଭୂଷୁଡି ପଡିଛି । ଖବର ପାଇଁ ପୋଲିସ ସେଠାରେ ପହଞ୍ଚିଥିବା ବେଳେ ଜଣେ ବ୍ୟକ୍ତିଙ୍କୁ ଉଦ୍ଧାର କରି ହସ୍ପିଟାଲ ପଠାଯାଇଥିବା ବେଳେ ଅଧିକାଂଶ ଲୋକ ଏହି ଭଙ୍ଗା କୋଠା ତଳେ ପୋତି ହୋଇ ପଡିଥିବା ଆଶଙ୍କା କରାଯାଉଛି । ଘଟଣାସ୍ଥଳରେ ୭ ଦମକଳ ଗାଡି ପହଞ୍ଚିଯାଇଥିବା ସୂଚନା ମିଳିଛି । ତେବେ ଦୁଇଜଣ ଶିଶୁଙ୍କ ସମେତ ଅନେକ ଲୋକେ ଓ କିଛି ଗାଡି ଭଙ୍ଗା କୋଠା ତଳେ ପୋତି ହୋଇଯାଇଥିବା ଅନୁମାନ କରାଯାଉଛି ।

Share