Categories: ଜାତୀୟ

ଯବାନଙ୍କ ଗୁଳିରେ ୪ ଆତଙ୍କବାଦୀ ମୃତ

ଶ୍ରୀନଗର,୨୨ା୩: ଜମ୍ମୁ-କଶ୍ମୀରର ଶୋପିଆନ ଜିଲାରେ ଯବାନଙ୍କ ଗୁଳିରେ ଲସ୍କର-ଇ-ତୋଇବାର ୪ ଆତଙ୍କବାଦୀଙ୍କ ମୃତ୍ୟୁ ହୋଇଛି। ଆତଙ୍କବାଦୀ ଲୁଚି ରହିଥିବା ସୂଚନା ପାଇ ଜିଲାର ମନିହାଲ ଅଞ୍ଚଳରେ ସୁରକ୍ଷା ବଳ ପକ୍ଷରୁ ସର୍ଚ୍ଚ ଅପରେଶନ କରାଯାଇଥିଲା। ପରେ ସେମାନେ ଯବାନଙ୍କ ଉପରକୁ ଗୁଳିଚାଳନା କରିଥିଲେ। ପାଲଟା ଗୁଳିରେ ୪ ଆତଙ୍କବାଦୀଙ୍କ ମୃତ୍ୟୁ ଘଟିଥିଲା। ସେମାନଙ୍କ ନିକଟରୁ ୩ ପିସ୍ତଲ, ଏକେ ରାଇଫଲ୍‌ ଜବତ କରାଯାଇଛି।

Share